Advertisment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଗାଜର ସୁପ୍‌

ଆବଶ୍ୟକ ସାମଗ୍ରୀ: ଗାଜର, ପିଆଜ, ଲୁଣ, ଗୋଲମରିଚ, ପାନ ମଧୁରୀ ଓ ଜୁଆଣି ପତ୍ର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ଅଲିଭ୍‌ ଅଏଲ ପକାଇ ଗରମ କରନ୍ତୁ। କଡ଼େଇ ଗରମ ହୋଇଗଲା ପରେ କଟା ଗାଜର ଓ ପିଆଜ ପକାନ୍ତୁ। ଏହା ଉପରେ ଲୁଣ, ଗୋଲମରିଚ ଗୁଣ୍ଡ ଏବଂ ପାନମଧୁରୀ ପତ୍ର ଛିଞ୍ଚନ୍ତୁ। ଏହାକୁ ୩୦ ମିନିଟ୍‌ ଯାଏ ସିଝିବାକୁ ଛାଡ଼ି ଦିଅନ୍ତୁ। ମାଇକ୍ରୋ ଓଭନ୍‌ରେ ଏହି ସୁପ୍‌ କରୁଥିଲେ ପ୍ରଥମେ ମାଇକ୍ରୋ ଓଭନ୍‌କୁ ୩୫୦ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଗାଜର ସୁପ୍‌

carrotsoup-e1457387050694 (1)

ଆବଶ୍ୟକ ସାମଗ୍ରୀ: ଗାଜର, ପିଆଜ, ଲୁଣ, ଗୋଲମରିଚ, ପାନ ମଧୁରୀ ଓ ଜୁଆଣି ପତ୍ର

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ଅଲିଭ୍‌ ଅଏଲ ପକାଇ ଗରମ କରନ୍ତୁ। କଡ଼େଇ ଗରମ ହୋଇଗଲା ପରେ କଟା ଗାଜର ଓ ପିଆଜ ପକାନ୍ତୁ। ଏହା ଉପରେ ଲୁଣ, ଗୋଲମରିଚ ଗୁଣ୍ଡ ଏବଂ ପାନମଧୁରୀ ପତ୍ର ଛିଞ୍ଚନ୍ତୁ। ଏହାକୁ ୩୦ ମିନିଟ୍‌ ଯାଏ ସିଝିବାକୁ ଛାଡ଼ି ଦିଅନ୍ତୁ।

Advertisment

ମାଇକ୍ରୋ ଓଭନ୍‌ରେ ଏହି ସୁପ୍‌ କରୁଥିଲେ ପ୍ରଥମେ ମାଇକ୍ରୋ ଓଭନ୍‌କୁ ୩୫୦ ଡିଗ୍ରୀ ସେଲସିୟସ୍‌ରେ ପ୍ରି ହିଟ୍‌ କରନ୍ତୁ। ପ୍ୟାନ୍‌ରେ ଅଲିଭ୍‌ ଅଏଲ୍‌ ଲଗାଇ ଏଥିରେ ଗାଜର, ପିଆଜ, ଲୁଣ, ଗୋଲମରିଚ ଏବଂ ଜୁଆଣି ପତ୍ର ପକାଇ ୩୦ ମିନିଟ୍‌ ଯାଏ ୩୫୦ ଡିଗ୍ରୀ ସେଲ୍‌ସିୟସ୍‌ରେ ସିଝିବାକୁ ଛାଡ଼ି ଦିଅନ୍ତୁ।

ଭଲ ଭାବେ ସିଝିଯିବା ପରେ ଏବେ ଅନ୍ୟ ଏକ ପାତ୍ରକୁ ଗାଜର ପିଆଜ ଆଦି ବାହାର କରନ୍ତୁ। ଏବେ ଏଥିରେ ପାଣି ଢାଳି ୧୦ ମିନିଟ୍‌ ପାଇଁ ସିଝାନ୍ତୁ। ଗାଜର ସିଝିଗଲା ପରେ ଏହାକୁ ବ୍ଲେଣ୍ଡରର ସହାୟତାରେ ମିଶ୍ରଣ କରନ୍ତୁ। ପରେ ଏହାକୁ  ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଟ ଗାଜର ସୁପ୍‌।

Advertisment

publive-image

ଗାଜର ସୁପ୍‌ରେ କ’ଣ ଅଛି ଜାଣନ୍ତୁ

ଗାଜରରେ ଭରପୂର ମାତ୍ରାରେ ଭିଟାମିନ୍‌ ‘ଏ’,‘ସି’, ‘କେ’,ବି୨, ବି୨, ବି୬ ଓ ଇ ରହିଛି। ଏହାଛଡା ଏଥିରେ ଫାଇବର, ପୋଟାସିୟମ୍‌, କପର ଓ ଜିଙ୍କ୍‌ ରହିଛି। ଅଳ୍ପ ତେଲରେ ପ୍ରସ୍ତୁତ ହୋଇଥିବା ଗାଜର ସୁପ୍‌ରେ କ୍ୟାଲୋରୀର ମାତ୍ରା କମ୍‌। ଗାଜର ସୁପ୍‌ରେ ପଡୁଥିବା ପିଆଜ ଓ ଗୋଲମରିଚ ସୁପ୍‌ର ସ୍ୱାଦ ବଢାଏ। ଏହି ସୁପ୍‌  ପିଇବା ଦ୍ୱାରା ସାରା ଦିନ କାମ କରିବାକୁ ଶକ୍ତି ମିଳିଥାଏ।