Advertisment

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଚନ୍ଦ୍ରକାନ୍ତି

ଆବଶ୍ୟକ ସାମଗ୍ରୀ: ମୁଗ, ଗୁଆ ଘିଅ, ଚିନି, କ୍ଷୀର, କାଜୁ, କିସ୍‌ମିସ୍‌, ଗୁଜୁରାତି ଗୁଣ୍ଡ ଓ ନଡ଼ିଆ କୋରା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚାମୁଗକୁ ପାଣିରେ ଧୋଇ ବହଳ କରି ବାଟି ଦିଅନ୍ତୁ। କଡ଼େଇରେ ଗୁଆ ଘିଅ ଗରମ କରନ୍ତୁ। କାଜୁ କିସ୍‌ମିସ୍‌ ଭାଜନ୍ତୁ। କଞ୍ଚା କ୍ଷୀର ପକାନ୍ତୁ। କ୍ଷୀର ଅଳ୍ପ ଫୁଟି ଆସିଲେ ସେଥିରେ ଚିନି, କୋରା ନଡ଼ିଆ, ଗୁଜୁରାତି ଗୁଣ୍ଡ ଓ ମୁଗ ବଟା ପକାନ୍ତୁ। ଏସବୁ ଶୁଖିଲା ହେବା ଯାଏଁ ଘାଣ୍ଟନ୍ତୁ। ଏହାପରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଚନ୍ଦ୍ରକାନ୍ତି

pitha

ଆବଶ୍ୟକ ସାମଗ୍ରୀ: ମୁଗ, ଗୁଆ ଘିଅ, ଚିନି, କ୍ଷୀର, କାଜୁ, କିସ୍‌ମିସ୍‌, ଗୁଜୁରାତି ଗୁଣ୍ଡ ଓ ନଡ଼ିଆ କୋରା।

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ କଞ୍ଚାମୁଗକୁ ପାଣିରେ ଧୋଇ ବହଳ କରି ବାଟି ଦିଅନ୍ତୁ। କଡ଼େଇରେ ଗୁଆ ଘିଅ ଗରମ କରନ୍ତୁ। କାଜୁ କିସ୍‌ମିସ୍‌ ଭାଜନ୍ତୁ। କଞ୍ଚା କ୍ଷୀର ପକାନ୍ତୁ। କ୍ଷୀର ଅଳ୍ପ ଫୁଟି ଆସିଲେ ସେଥିରେ ଚିନି, କୋରା ନଡ଼ିଆ, ଗୁଜୁରାତି ଗୁଣ୍ଡ ଓ ମୁଗ ବଟା ପକାନ୍ତୁ। ଏସବୁ ଶୁଖିଲା ହେବା ଯାଏଁ ଘାଣ୍ଟନ୍ତୁ। ଏହାପରେ ଏକ ପ୍ଲେଟ୍‌ ବା ଥାଳିରେ ଗୁଆ ଘିଅ ଲଗାଇ ଦିଅନ୍ତୁ। ପ୍ଲେଟ୍‌ରେ ପ୍ରସ୍ତୁତ କରି ରଖିଥିବା ମୁଗ ଜନ୍ତୁଣୀକୁ ଖେଳାଇ ଦିଅନ୍ତୁ। ଥଣ୍ଡା ହେବା ପରେ ଛୁରୀରେ ଖଣ୍ଡ ଖଣ୍ଡ କରି କାଟିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ଚନ୍ଦ୍ରକାନ୍ତି।