Advertisment

ସୁଆଦିଆ ସୋରିଷ ଅଣ୍ଡା ତରକାରି

ଆବଶ୍ୟକ ସାମଗ୍ରୀ: ଅଣ୍ଡା, ସୋରିଷ ଓ ରସୁଣ ବଟା, ଟମାଟୋ ପେଷ୍ଟ୍‌, ହଳଦୀ, ଲଙ୍କା ଗୁଣ୍ଡ, ଲୁଣ, ପିଆଜ, କଞ୍ଚାଲଙ୍କା, ତେଲ, ଗୋଟା ସୋରିଷ, ଫୁଟଣ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଅଳ୍ପ ଗରମ ହୋଇଯିବା ପରେ  ଗୋଟା ସୋରିଷ, କଞ୍ଚାଲଙ୍କା ଓ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ସୋରିଷ ରସୁଣ ବଟା ପକାନ୍ତୁ। ଏହାପରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, […]

author-image
Rakesh Mallick
ଅଦ୍ୟତନ ହୋଇଛି
 ସୁଆଦିଆ ସୋରିଷ ଅଣ୍ଡା ତରକାରି

Mustard-Egg-Curry

ଆବଶ୍ୟକ ସାମଗ୍ରୀ: ଅଣ୍ଡା, ସୋରିଷ ଓ ରସୁଣ ବଟା, ଟମାଟୋ ପେଷ୍ଟ୍‌, ହଳଦୀ, ଲଙ୍କା ଗୁଣ୍ଡ, ଲୁଣ, ପିଆଜ, କଞ୍ଚାଲଙ୍କା, ତେଲ, ଗୋଟା ସୋରିଷ, ଫୁଟଣ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଅଳ୍ପ ଗରମ ହୋଇଯିବା ପରେ  ଗୋଟା ସୋରିଷ, କଞ୍ଚାଲଙ୍କା ଓ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ସୋରିଷ ରସୁଣ ବଟା ପକାନ୍ତୁ। ଏହାପରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଟମାଟୋ ପେଷ୍ଟ୍‌ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ମସଲା ଅଳ୍ପ କଷି ହୋଇଯିବା ପରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ। ପାଣି ଫୁଟି ଆସିଲେ ସିଝା ଅଣ୍ଡାରୁ ଖୋଳପା ଛଡାଇ ଏହାକୁ ଦୁଇଫାଳ କରି ସୋରିଷ ମସଲାରେ ପକାଇ ଦୁଇରୁ ତିନି ମିନଟ୍‌ ଫୁଟାନ୍ତୁ। ଭଲ ଭାବେ ତା’ପରେ ଚୁଲିରୁ କଡ଼େଇକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୋରିଷ ଅଣ୍ଡା।