Advertisment

ସୁକ୍ତ ତରକାରୀ ଖାଇଛନ୍ତି? ଥରେ ଖାଇଲେ ଆଉ ପାଟିରୁ ଛାଡିବନି

ଆବଶ୍ୟକ ସାମଗ୍ରୀ: ସଜନା ଛୁଇଁ, ବାଇଗଣ, କଖାରୁ, କଲରା, ପୋଟଳ, ସାରୁ, ଆଳୁ, ଭେଣ୍ଡି, ଟମାଟୋ, ପିଆଜ, ଅଦା ଓ ରସୁଣ ପେଷ୍ଟ୍, ଗୋଟା ଗୁଜୁରାତି, ଗରମ ମସଲା ଗୁଣ୍ଡ, ରିଫାଇନ୍‌ ତେଲ, ସୋରିଷ ତେଲ, କଳାଜିରା, କ୍ଷୀର, ଲୁଣ, ଚିନି, ଲଙ୍କା ଗୁଣ୍ଡ, ଚାଇନା ଲୁଣ, ହଳଦୀ, ଶୁଖିଲା ଲଙ୍କା, ହେଙ୍ଗୁ, ମେଥିପତ୍ର ଓ ଭୃସଙ୍ଗ ପତ୍ର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ରିଫାଇନ୍‌ ତେଲ ଗରମ କରନ୍ତୁ। ସେଥିରେ ଗୋଟା ଗୁଜୁରାତି ଓ କଳାଜିରା […]

author-image
Rakesh Mallick
ଅଦ୍ୟତନ ହୋଇଛି
ସୁକ୍ତ ତରକାରୀ ଖାଇଛନ୍ତି? ଥରେ ଖାଇଲେ ଆଉ ପାଟିରୁ ଛାଡିବନି

maxresdefault (1)

ଆବଶ୍ୟକ ସାମଗ୍ରୀ: ସଜନା ଛୁଇଁ, ବାଇଗଣ, କଖାରୁ, କଲରା, ପୋଟଳ, ସାରୁ, ଆଳୁ, ଭେଣ୍ଡି, ଟମାଟୋ, ପିଆଜ, ଅଦା ଓ ରସୁଣ ପେଷ୍ଟ୍, ଗୋଟା ଗୁଜୁରାତି, ଗରମ ମସଲା ଗୁଣ୍ଡ, ରିଫାଇନ୍‌ ତେଲ, ସୋରିଷ ତେଲ, କଳାଜିରା, କ୍ଷୀର, ଲୁଣ, ଚିନି, ଲଙ୍କା ଗୁଣ୍ଡ, ଚାଇନା ଲୁଣ, ହଳଦୀ, ଶୁଖିଲା ଲଙ୍କା, ହେଙ୍ଗୁ, ମେଥିପତ୍ର ଓ ଭୃସଙ୍ଗ ପତ୍ର

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ରିଫାଇନ୍‌ ତେଲ ଗରମ କରନ୍ତୁ। ସେଥିରେ ଗୋଟା ଗୁଜୁରାତି ଓ କଳାଜିରା ପକାଇ ଫୁଟାନ୍ତୁ। ସଜନା ଛୁଇଁ, ବାଇଗଣ, କଖାରୁ  କଲରା ପୋଟଳ, ଆଳୁ, ଭେଣ୍ଡିକୁ କାଟି କଡ଼େଇରେ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ହଳଦୀ ଓ ଲଙ୍କା ଗୁଣ୍ଡ ପକାଇ ଭାଜନ୍ତୁ। ତା’ପରେ ଅଦା, ପିଆଜ ଓ ରସୁଣ ବଟା ପକାଇ କଷନ୍ତୁ। କିଛି ସମୟ କଷିବା ପରେ ଫୁଟା କ୍ଷୀର ପକାନ୍ତୁ। କଡ଼େଇରେ ଢାଙ୍କୁଣି ଦେଇ ଘୋଡାଇ ଦିଅନ୍ତୁ।

ଏହାପରେ ଅନ୍ୟ ଏକ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ ଶୁଖିଲା ଲଙ୍କା ଗୋଟା ଜିରା ଭୃସଙ୍ଗ ପତ୍ର ସହିତ ଟମାଟୋ ହେଙ୍ଗୁ ପକାଇ ବଘାରି ଦିଅନ୍ତୁ। ବଘରାକୁ ତରକାରୀ ଉପରେ ପକାଇ ଗରମ ଗରମ ପରସିଦିଅନ୍ତୁ ସୁକ୍ତ ତରକାରୀ।

Advertisment