Advertisment

କଖାରୁ ଫୁଲ ପଣସ କଠା ପିଠଉ

ଆବଶ୍ୟକ ସାମଗ୍ରୀ: ପଣସ କଠା, ପିଆଜ, ତେଲ, ହଳଦୀ,ଲୁଣ, ଲଙ୍କାଗୁଣ୍ଡ, ଧନିଆପତ୍ର, ଟମାଟୋ, ଧନିଆଗୁଣ୍ଡ, ଜୀରାଗୁଣ୍ଡ, ବେସନ ଚାଉଳ ଚୁନା ପିଠଉ ଓ ଦେଶୀ ସୋରିଷ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପଣସ କଠାକୁ ଭଲ ଭାବେ ସିଝାନ୍ତୁ। ସେଥିରେ ଅଳ୍ପ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ସୋରିଷ, ଜୀରାଓ ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଯିବା ପରେ କଟା ଟମାଟୋ, ହଳଦୀ ଗୁଣ୍ଡଜୀରା, […]

କଖାରୁ ଫୁଲ ପଣସ କଠା ପିଠଉ

maxresdefault (1)

Advertisment

ଆବଶ୍ୟକ ସାମଗ୍ରୀ: ପଣସ କଠା, ପିଆଜ, ତେଲ, ହଳଦୀ,ଲୁଣ, ଲଙ୍କାଗୁଣ୍ଡ, ଧନିଆପତ୍ର, ଟମାଟୋ, ଧନିଆଗୁଣ୍ଡ, ଜୀରାଗୁଣ୍ଡ, ବେସନ ଚାଉଳ ଚୁନା ପିଠଉ ଓ ଦେଶୀ ସୋରିଷ

Advertisment

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପଣସ କଠାକୁ ଭଲ ଭାବେ ସିଝାନ୍ତୁ। ସେଥିରେ ଅଳ୍ପ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ସୋରିଷ, ଜୀରାଓ ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଯିବା ପରେ କଟା ଟମାଟୋ, ହଳଦୀ ଗୁଣ୍ଡଜୀରା, ଧନିଆ ଗୁଣ୍ଡ ଓ ପଣସ କଠା ଚକଟାକୁ ପକାଇ ଭଲ ଭାବେ କଷନ୍ତୁ। ପଣସକଠା ଚକଟା ଭାଜି ହୋଇଯିବା ପରେ ସେଥିରେ ଧନିଆ ପତ୍ର ପକାଇ ଅନ୍ୟ ପାତ୍ରକୁ ବାହାର କରିଦିଅନ୍ତୁ। ଏହା ପରେ କଖାରୁ ଫୁଲ ଡେଫ ଛଡାଇ ପଣସ କଠା ମସଲାକୁ ପୁର ଦେଇ ରଖନ୍ତୁ।

ଏବେ ତାୱାରେ ତେଲ ଗରମ କରନ୍ତୁ। ଅରୁଆ ଚାଉଳ, ଜୀରା, ଲଙ୍କା, ରସୁଣ, ଲୁଣ ବେସନରେ ପ୍ରସ୍ତୁତ ପିଠଉରେ ବୁଡାଇ ଭାଜନ୍ତୁ। ପ୍ରସ୍ତୁତ ହୋଇଗଲା କଖାରୁ ଫୁଲ ପଣସ କଠା ପିଠଉ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe