Advertisment

କେମିତି କରିବେ ସୁଆଦିଆ ମସଲା ପାସ୍ତା, ଆସନ୍ତୁ ଜାଣିବା

ଆବଶ୍ୟକ ସାମଗ୍ରୀ: ପାସ୍ତା, ତେଲ, ରସୁଣ, ପିଆଜ, ଟମାଟୋ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ମକା, ସିମଲା ଲଙ୍କା, ଗାଜର, ମଟର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ପାଣି ଗରମ କରନ୍ତୁ। ସେଥିରେ ପାସ୍ତା ପକାନ୍ତୁ। ଅଳ୍ପ ସିଝିଯିବା ପରେ ତାକୁ ପାଣିରୁ ଛାଣି ଆଣନ୍ତୁ ଓ ଏକ ପ୍ଲେଟ୍‌ରେ ରଖନ୍ତୁ। ଏବେ କଡେଇରେ ଅଳ୍ପ ତେଲ ଗରମ କରନ୍ତୁ। ସେଥିରେ ପିଆଜ ପକାନ୍ତୁ। ପିଆଜ ଅଳ୍ପ ଲାଲ୍‌ ହୋଇଯିବା ପରେ ଏଥିରେ କଟାଯାଇଥିବା ରସୁଣ ପକାନ୍ତୁ। […]

ଅଦ୍ୟତନ ହୋଇଛି
କେମିତି କରିବେ ସୁଆଦିଆ ମସଲା ପାସ୍ତା, ଆସନ୍ତୁ ଜାଣିବା

pasta

Advertisment

ଆବଶ୍ୟକ ସାମଗ୍ରୀ: ପାସ୍ତା, ତେଲ, ରସୁଣ, ପିଆଜ, ଟମାଟୋ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ମକା, ସିମଲା ଲଙ୍କା, ଗାଜର, ମଟର

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ପାଣି ଗରମ କରନ୍ତୁ। ସେଥିରେ ପାସ୍ତା ପକାନ୍ତୁ। ଅଳ୍ପ ସିଝିଯିବା ପରେ ତାକୁ ପାଣିରୁ ଛାଣି ଆଣନ୍ତୁ ଓ ଏକ ପ୍ଲେଟ୍‌ରେ ରଖନ୍ତୁ।

ଏବେ କଡେଇରେ ଅଳ୍ପ ତେଲ ଗରମ କରନ୍ତୁ। ସେଥିରେ ପିଆଜ ପକାନ୍ତୁ। ପିଆଜ ଅଳ୍ପ ଲାଲ୍‌ ହୋଇଯିବା ପରେ ଏଥିରେ କଟାଯାଇଥିବା ରସୁଣ ପକାନ୍ତୁ। ସେଥିରେ ସିମଲା ଲଙ୍କା, ଗାଜରକୁ ଛୋଟଖଣ୍ଡ କରି ଭାଜନ୍ତୁ। ଏହା ଅଳ୍ପ ଭାଜି ହେବା ପରେ ଟମାଟୋ ପେଷ୍ଟ ପକାନ୍ତୁ। ପରେ ସେଥିରେ ଲଙ୍କା ଗୁଣ୍ଡ, ଗୋଲମରିଚ ଓ ଲୁଣ ପକାନ୍ତୁ। ଏବେ ଅଧା କପ୍‌ ପାଣି ଦିଅନ୍ତୁ। ପୂର୍ବରୁ ରଖିଥିବା ପାସ୍ତାକୁ ସେଥିରେ ପକାଇ ଗୋଳାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମସଲା ପାସ୍ତା । ଏବେ ଏହାକୁ ଟମାଟ, ଚିଲି ସସ୍‌ ଓ ଧନିଆ ପତ୍ର ଦେଇ ଖାଆନ୍ତୁ ଓ ମଜା ନିଅନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe