/odisha-reporter/media/post_attachments/uploads/2017/10/borfi-22256.jpg-11.jpg)
ନଡିଆ ବର୍ଫି କେବେ ଖାଇଛନ୍ତି କି ?ଏହା ବହୁତ ଟେଷ୍ଟି। ଘରେ ମଧ୍ୟ ଏହି ମିଠାକୁ ପ୍ରସ୍ତୁତ କରିପାରିବେ। ଏହାକୁ ବେନଇବା କଷ୍ଟକର ପାଠ ନୁହେଁ। ଆସନ୍ତୁ ନଡିଆ ବର୍ଫି ବନେଇବାର କ’ଣ କ’ଣ ସାମଗ୍ରୀ ଦରକାର ଓ ଏହାକୁ ଘରେ କେମିତି ପ୍ରସ୍ତୁତ କରିବେ।
ଆବଶ୍ୟକ ସାମଗ୍ରୀ : ନଡିଆ କୋରା -୧୦୦ ଗ୍ରାମ,ଖୁଆ -ଏକ କପ୍ ,ପାଉଡର ଚିନି -୨୦୦ ଗ୍ରାମ ଅଥବାଏକ କପ୍ ,୫ରୁ ୬ ଖଣ୍ଡ ଚୋପା ଛଡା ଅଳେଇଚ,କଟା ହୋଇଥିବା ପେସ୍ତା ବାଦାମ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡିଆ ଭଲ ଭାବେ କୋରି ନଡିଆ ଘସା ପ୍ରସ୍ତୁତ କରନ୍ତୁ। ଏହାକୁ ଆପଣ ବାହାର ବଜାରରୁ ମଧ୍ୟ କିଣିପାରିବେ। ଏକ ପ୍ୟାନରେ ଖୁଆକୁ ଗରମ କରନ୍ତୁ। ଖୁଆ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ବର୍ତ୍ତମାନ ଅନ୍ୟ ଏକ ପ୍ୟାନ୍ରେ ଶିରା ପ୍ରସ୍ତୁତ କରିବାର ବ୍ୟବସ୍ଥା କରନ୍ତୁ। ଏକ କଡେଇରେ ପାଣି ଗରମ କରି ସେଥିରେ ଚିନି ପକାନ୍ତୁ। କିଛି ସମୟ ତାକୁ ଗେଳେଇ ଗୋଳେଇ ଶିରା ପ୍ରସ୍ତୁତ କରନ୍ତୁ। ଶିରା ପ୍ରସ୍ତୁତ ହୋଇଗଲା ପରେ ସେଥିରେ ନଡିଆ ଘସା ପକାନ୍ତୁ ଥଣ୍ଡା ହୋଇସାରିଥିବା ଖୁଆ ଏବଂ ଅଳେଇଚ ପାଉଡରକୁ ଏକାଠି ଭଲ ଭାବେ ମିଶାନ୍ତୁ। ଅନ୍ୟ ଏକ ପାତ୍ରରେ ଘିଅକୁ ଭଲ ଭାବେ ଲଗାନ୍ତୁ। ଏହି ମିଶ୍ରଣକୁ ଥାଳି ରେ ଏକଠି କରି ଏଥିରେ ପିସ୍ତା ପକାଇଦିଅନ୍ତୁ। ପରେ ବର୍ଫିକୁ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ ।ମିଶ୍ରଣଟି ଜମି ଗଲା ପରେ ଛୁରୀରେ କାଟନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ନଡିଆ ବର୍ଫି। ଆପଣ ଏହାକୁ ଫ୍ରିଜରେ ରଖି ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ଖାଇପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
