Advertisment

ଘରେ ପ୍ରସ୍ତୁତ କରନ୍ତୁ ଭେଜ୍‌ ଅଣ୍ଡା ତରକାରି

ଆବଶ୍ୟକ ସାମଗ୍ରୀ: ରନ୍ଧା ଭାତ, ଛେନା, କର୍ଣ୍ଣଫ୍ଲୋର୍‌, ଖୁଆ, ରିଫାଇନ୍‌ ତେଲ, ହଳଦିଆ ଖାଇବା ରଙ୍ଗ, ପିଆଜ ବଟା, ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ଧନିଆ ପାଉଡର, ହଳଦୀ ପାଉଡର, ଗରମ ମସଲା ଗୁଣ୍ଡ, ଟମାଟୋ ପ୍ୟୁରୀ, ଖୁଆ, ଦହି, କ୍ଷୀର, କ୍ରିମ୍‌ ଓ ଧନିଆ ପତ୍ର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଭାତ, ଛେନା ଓ କର୍ଣ୍ଣଫ୍ଲୋରକୁ ଭଲ ଭାବେ ଚକଟି ଦିଅନ୍ତୁ। ଖୁଆରେ କିଛି ଖାଇବା ରଙ୍ଗ ଦେଇ ପୁର ପ୍ରସ୍ତୁତ କରନ୍ତୁ। ଭାତ, […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ଭେଜ୍‌ ଅଣ୍ଡା ତରକାରି

eggcurry

Advertisment

ଆବଶ୍ୟକ ସାମଗ୍ରୀ: ରନ୍ଧା ଭାତ, ଛେନା, କର୍ଣ୍ଣଫ୍ଲୋର୍‌, ଖୁଆ, ରିଫାଇନ୍‌ ତେଲ, ହଳଦିଆ ଖାଇବା ରଙ୍ଗ, ପିଆଜ ବଟା, ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ଧନିଆ ପାଉଡର, ହଳଦୀ ପାଉଡର, ଗରମ ମସଲା ଗୁଣ୍ଡ, ଟମାଟୋ ପ୍ୟୁରୀ, ଖୁଆ, ଦହି, କ୍ଷୀର, କ୍ରିମ୍‌ ଓ ଧନିଆ ପତ୍ର

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଭାତ, ଛେନା ଓ କର୍ଣ୍ଣଫ୍ଲୋରକୁ ଭଲ ଭାବେ ଚକଟି ଦିଅନ୍ତୁ। ଖୁଆରେ କିଛି ଖାଇବା ରଙ୍ଗ ଦେଇ ପୁର ପ୍ରସ୍ତୁତ କରନ୍ତୁ। ଭାତ, ଛେନା ଓ କର୍ଣ୍ଣଫ୍ଲୋର ଚକଟାରୁ ଅଣ୍ଡା ଆକୃତିର ଗୁଳା କରନ୍ତୁ। ଗୁଳାରେ ଦିଅନ୍ତୁ ଖୁଆର ପୁର।  କଡ଼େଇରେ ତେଲ ଗରମ କରନ୍ତୁ। ଭେଜ୍‌ ଅଣ୍ଡା ଆକୃତିର ଗୁଳାକୁ ତେଲରେ ଛାଣି ଦିଅନ୍ତୁ।

ଏହା ପରେ ଅନ୍ୟ ଏକ କଡେଇରେ ତେଲ ଗରମ କରି ସେଥିରେ ପିଆଜ ବଟା, ଅଦା ରସୁଣ ବଟା ପକାନ୍ତୁ। ଏହା ସାମାନ୍ୟ ବାଦାମୀ ରଙ୍ଗର ହୋଇ ଆସିଲେ ସେଥିରେ ଲଙ୍କା ଗୁଣ୍ଡ, ଧନିଆ ପାଉଡର, ହଳଦୀଗୁଣ୍ଡ ଓ ଗରମ ମସଲା ଗୁଣ୍ଡ ଓ ଟମାଟୋ ପ୍ୟୁରୀ ଦେଇ ଭଲ ଭାବେ ଗୋଳାନ୍ତୁ।  ଏହା ପରେ ଅଳ୍ପ ଖୁଆ ଓ ଦହି ପକାନ୍ତୁ। ଏହାକୁ ଭଲ ଭାବେ ଘାଣ୍ଟି ସେଥିରେ ଅଳ୍ପ କ୍ଷୀର ପକାନ୍ତୁ। ସେଥିରେ ଅଳ୍ପ ପାଣି ଦେଇ ଝୋଳ ଫୁଟିବାକୁ ଦିଅନ୍ତୁ। ଝୋଳ ପ୍ରସ୍ତୁତ ହୋଇସାରିବା ପରେ ଏକ ଖାଲି ପାତ୍ରକୁ କାଢି ଆଣନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଭେଜ୍‌ ଅଣ୍ଡାକୁ ମଝିରୁ କାଟି ଝୋଳ ଉପରେ ପକାନ୍ତୁ। ଶେଷରେ କ୍ରିମ୍‌ ଓ ଧନିଆ ପତ୍ରରେ ଗାର୍ନିସିଂ କରି ପରସି ଦିଅନ୍ତୁ ସ୍ୱାଦିଷ୍ଟ ଭେଜ୍‌ ଅଣ୍ଡା ତରକାରି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe