Advertisment

ଚଟପଟା ଚାଟ୍‌ ଖାଇବାକୁ ମନ ବଳୁଛି: ଜାଣନ୍ତୁ କେମିତି ତିଆରି କରିବେ

ଚଟପଟା ଖାଦ୍ୟ ଦେଖିଲେ ସମସ୍ତଙ୍କ ପାଟିରୁ ଲାଳ ବାହାରି ଆସେ।ପୁଣି ଚାଟ ଓ ଗୁପଚୁପ କଥା ନ କହିବା ଭଲ। ସବୁବେଳେ ଚାଟ ଦୋକାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥାଏ। କଲେଜ ପଢ଼ୁଆ ଯୁବକଯୁବତୀମାନେ ଗରମା ଗରମ ଚାଟ୍ ମଜା ନେବା ସହ ଖଟି ମଧ୍ୟ କରିଥାନ୍ତି। ବହୁ ସମୟରେ ଲୋକେ ଚାଟ ଦୋକାନୀକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥାଏ। ଦୋକାନୀ ଏମିତି ଚଟପଟା ଚାଟ୍‌ କେମିତି ବନାଇଛି ଭାବି ହୋଇଥାନ୍ତି। ତେବେ ଏପରି ଚଟପଟା ବନାଇବା […]

ଅଦ୍ୟତନ ହୋଇଛି
ଚଟପଟା ଚାଟ୍‌ ଖାଇବାକୁ ମନ ବଳୁଛି: ଜାଣନ୍ତୁ କେମିତି ତିଆରି କରିବେ
Advertisment

ଚଟପଟା ଖାଦ୍ୟ ଦେଖିଲେ ସମସ୍ତଙ୍କ ପାଟିରୁ ଲାଳ ବାହାରି ଆସେ।ପୁଣି ଚାଟ ଓ ଗୁପଚୁପ କଥା ନ କହିବା ଭଲ। ସବୁବେଳେ ଚାଟ ଦୋକାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥାଏ। କଲେଜ ପଢ଼ୁଆ ଯୁବକଯୁବତୀମାନେ ଗରମା ଗରମ ଚାଟ୍ ମଜା ନେବା ସହ ଖଟି ମଧ୍ୟ କରିଥାନ୍ତି। ବହୁ ସମୟରେ ଲୋକେ ଚାଟ ଦୋକାନୀକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥାଏ। ଦୋକାନୀ ଏମିତି ଚଟପଟା ଚାଟ୍‌ କେମିତି ବନାଇଛି ଭାବି ହୋଇଥାନ୍ତି। ତେବେ ଏପରି ଚଟପଟା ବନାଇବା କୌଣସି କଡ଼ କାମ ନୁହେଁ। ଚାହିଁଲେ ଆପଣ ବି ଏହାକୁ ଘରେ ତିଆରି କରି ପାରିବେ। ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବା ଗରମା ଗରମ ଚାଟ୍‌।

Advertisment

ଆବଶ୍ୟକ ସାମଗ୍ରୀ- ଆଳୁ, ମଟର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଧନିଆ ପତ୍ର, ଲୁଣ, ହଳଦୀ, କଲର ପାଉଡର, ଝୁରା ସେଓ, ପିଆଜ, ଅଦା ଓ ରସୁଣ ପେଷ୍ଟ, ଡାଲଚିନ୍‌ ପାଉଡର, ଚାଟ୍‌ ମସଲା, କଟା ପିଆଜ, ଟମାଟୋ ପେଷ୍ଟ।

vvvପ୍ରସ୍ତୁତି ପ୍ରଳାଣୀ- ପ୍ରଥମେ ଗୋଟା ଆଳୁ ଓ ମଟରକୁ ପାଣିରେ ସିଝାନ୍ତୁ। ଆଳୁ ଓ ମଟର ସିଝିଲା ପରେ ଅଲାଗା ଅଲାଗା ପ୍ଲେଟ୍‌ରେ ତାକୁ ବାହାର କରି ଦିଅନ୍ତୁ। ଆଳୁ ଥଣ୍ଡା ହେଲା ପରେ ତାକୁ ଭଲଭାବରେ ଚକଟୁନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ଭଲ ଭାବରେ ଭାଜି ହେବା ପରେ ସେଥିରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। ପରେ ସେଥିରେ ଟମାଟୋ ପେଷ୍ଟ ପକାନ୍ତୁ। ମସଲାକୁ ଭଲ ଭାବରେ ଚଲାନ୍ତୁ। ପରେ ସେଥିରେ ଲଙ୍କା ପାଉଡର, ଜିରା ପାଉଡର ଓ ଧନିଆ ପାଉଡର ପକାନ୍ତୁ। କିଛି ସମୟ ପରେ ସେଥିରେ ଚାଟ ମସଲା ପକାଇ ଭଲ ଭାବେ ଗୋଳାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ପରେ ହଳଦୀ ଓ କଲର ପାଉଡର ପକାନ୍ତୁ। କିଛି ସମୟ ପରେ ମସଲାରେ ଅଳ୍ପ ପାଣି ଦିଅନ୍ତୁ। ମସଲାଟି ହୋଇଯିବା ପରେ ସେଥିରେ ଚକଟି ରଖିଥିବା ଆଳୁ ଓ ମଟର ପକାନ୍ତୁ। ତାକୁ ଅଳ୍ପ ପାଣି ଦେଇ ଚଲାନ୍ତୁ। କିଛି ସମୟ ପରେ ସେଥିରେ ଚାଟ ମସଲା, ଲଙ୍କା ଜିରା ଓ ଧନିଆ ପାଉଡର ପକାନ୍ତୁ। ତାକୁ ଭଲ ଭାବରେ ଚଲାନ୍ତୁ। ସେଥିରେ ଅଳ୍ପ କଲର ପାଉଡର ଓ ଧନିଆ ପତ୍ର ପକାନ୍ତୁ। ପରେ ଡାଲଚିନ୍ ପାଉଡର ପକାନ୍ତୁ। କିଛି ସମୟ ଛାଡିଦିଅନ୍ତୁ। ପରେ ତାକୁ  ପ୍ଲେଟ୍‌କୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଚାଟ୍।

Advertisment

ଚାଟ୍‌ରେ ଝୁରା ସେଓ, କଟା ପିଆଜ, କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାଇ ଖାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe