Advertisment

ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି କୁରୁମା

ଆବଶ୍ୟକ ସାମଗ୍ରୀ:  ଚିଙ୍ଗୁଡି, ସୋରିଷ ତେଲ, ଲଙ୍କା ଗୁଣ୍ଡ, ତେଜପତ୍ର, ପିଆଜ, ଅଦା, ରସୁଣ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, କାଜୁ ବଟା, ଲୁଣ, ନଡିଆ ବଟା, ସଜ ଦହି, କଟା ଟମାଟୋ, ଧନିଆ ପତ୍ର ଓ କଞ୍ଚା ଲଙ୍କା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ ଲଙ୍କା ଗୁଣ୍ଡ ଓ ତେଜପତ୍ର ପକାନ୍ତୁ। ଏସବୁ ଟିକେ ଭାଜି ହୋଇ ଆସିବା ବେଳକୁ ପିଆଜ, ଅଦା, ରସୁଣ ପେଷ୍ଟ୍‌ ଓ ହଳଦୀ […]

author-image
Rakesh Mallick
ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି କୁରୁମା

chingudi-kuruma

ଆବଶ୍ୟକ ସାମଗ୍ରୀ:  ଚିଙ୍ଗୁଡି, ସୋରିଷ ତେଲ, ଲଙ୍କା ଗୁଣ୍ଡ, ତେଜପତ୍ର, ପିଆଜ, ଅଦା, ରସୁଣ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, କାଜୁ ବଟା, ଲୁଣ, ନଡିଆ ବଟା, ସଜ ଦହି, କଟା ଟମାଟୋ, ଧନିଆ ପତ୍ର ଓ କଞ୍ଚା ଲଙ୍କା।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ ଲଙ୍କା ଗୁଣ୍ଡ ଓ ତେଜପତ୍ର ପକାନ୍ତୁ। ଏସବୁ ଟିକେ ଭାଜି ହୋଇ ଆସିବା ବେଳକୁ ପିଆଜ, ଅଦା, ରସୁଣ ପେଷ୍ଟ୍‌ ଓ ହଳଦୀ ଗୁଣ୍ଡ ପକାଇ ଅଳ୍ପ କଷି ଦିଅନ୍ତୁ। ପୂର୍ବରୁ ହଳଦୀ ଗୋଳା ହୋଇ ରଖିଥିବା କଞ୍ଚା ଚିଙ୍ଗୁଡି ସବୁକୁ ସେଥିରେ ପକାନ୍ତୁ। କିଛି ମସଲା ଗୁଣ୍ଡ ଦେଇ ଭଲ ଭାବେ ଭାଜି ଦିଅନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏସବୁକୁ ମିଶାଇ ଘୋଡଣୀ ଦେଇଦିଅନ୍ତୁ। ଟିକେ ସିଝି ଆସିଲା ବେଳକୁ ଘୋଡଣୀ କାଢିଦିଅନ୍ତୁ। ଏବେ ସେଥିରେ କାଜୁ ବଟା, ନଡିଆ ବଟା ଓ ସଜ ଦହି ଦିଅନ୍ତୁ। ଏସବୁକୁ ଭଲ ଭାବେ ଗୋଳାନ୍ତୁ। ଏହାପରେ ଅଳ୍ପ ଟିକେ ପାଣି ଦେଇ ଘୋଡଣୀ ଦେଇଦିଅନ୍ତୁ। ତରକାରୀ ହୋଇଯିବା ପରେ ଘୋଡଣୀକୁ କାଢି ଆଣନ୍ତୁ । ଏକ ଖାଲି ପାତ୍ରରେ କାଢି ଆଣି କଟା ଟମାଟୋ, ଧନିଆ ପତ୍ର ଓ କଞ୍ଚା ଲଙ୍କା ଦେଇ ଗାର୍ନିସିଙ୍ଗ କରନ୍ତୁ। ଏବେ ଭାତ କିମ୍ୱା ରୁଟି ସାଙ୍ଗରେ ଗରମ ଗରମ ପରସନ୍ତୁ ଚିଙ୍ଗୁଡି କୁରୁମା