Advertisment

ଘରେ ବନାନ୍ତୁ କଦଳୀ ଭଣ୍ଡା ରାଇ

ଆବଶ୍ୟକ ସାମଗ୍ରୀ: କଦଳୀ ଭଣ୍ଡା, ସୋରିଷ, ପୋସ୍ତ, ଜିରା, ରସୁଣ, କଞ୍ଚା ଲଙ୍କା, ଆଳୁ ବୋଇତାଳୁ, ବାଇଗଣ, ସୋରିଷ ତେଲ, ଫୁଟଣ, ଶଖିଲା ଲଙ୍କା, ଲୁଣ, ହଳଦୀ, ଆମ୍ବୁଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ଭଣ୍ଡାରୁ ଫୁଲ ଗୁଡ଼ିକୁ ଅଲଗା କରିନିଅନ୍ତୁ। ଫୁଲର ମଝିରେ ଏକ ସରୁ ଓ ଲମ୍ବା କେଶର ଥାଏ। ଏହାକୁ ଫୁଲରୁ ଅଲଗା କରିଦିଅନ୍ତୁ।  ତା’ପରେ ଫୁଲ ଗୁଡ଼ିକୁ ଭଲ ଭାବରେ ଧୋଇ ରଖନ୍ତୁ ଓ ଶିଳରେ ବା ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ। […]

author-image
Rakesh Mallick
ଘରେ ବନାନ୍ତୁ କଦଳୀ ଭଣ୍ଡା ରାଇ

kadali vanda rai

ଆବଶ୍ୟକ ସାମଗ୍ରୀ: କଦଳୀ ଭଣ୍ଡା, ସୋରିଷ, ପୋସ୍ତ, ଜିରା, ରସୁଣ, କଞ୍ଚା ଲଙ୍କା, ଆଳୁ ବୋଇତାଳୁ, ବାଇଗଣ, ସୋରିଷ ତେଲ, ଫୁଟଣ, ଶଖିଲା ଲଙ୍କା, ଲୁଣ, ହଳଦୀ, ଆମ୍ବୁଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ଭଣ୍ଡାରୁ ଫୁଲ ଗୁଡ଼ିକୁ ଅଲଗା କରିନିଅନ୍ତୁ। ଫୁଲର ମଝିରେ ଏକ ସରୁ ଓ ଲମ୍ବା କେଶର ଥାଏ। ଏହାକୁ ଫୁଲରୁ ଅଲଗା କରିଦିଅନ୍ତୁ।  ତା’ପରେ ଫୁଲ ଗୁଡ଼ିକୁ ଭଲ ଭାବରେ ଧୋଇ ରଖନ୍ତୁ ଓ ଶିଳରେ ବା ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ। ବର୍ତ୍ତମାନ ଶୋରିଷ, ପୋସ୍ତ, ରସୁଣ, ଜିରା, କଞ୍ଚା ଲଙ୍କାକୁ ବାଟି ସମଲା ପ୍ରସ୍ତୁତ କରନ୍ତୁ। ପରେ ଆଳୁ, ବୋଇତାଳୁ ଓ ବାଇଗଣକୁ ଛୋଟ ଛୋଟ କରି କାଟି ରଖନ୍ତୁ। ବର୍ତ୍ତମାନ କଡ଼େଇରେ କିଛି ସୋରିଷ ତେଲ ଦେଇ ସେଥିରେ ଅଳ୍ପ ଫୁଟଣ, ଶୁଖିଲା ଲଙ୍କା ପକାନ୍ତୁ। ଏବେ ସେଥିରେ କଟା ପରିବା ପକାଇ ଅଳ୍ପ ଭାଜି ସେଥିରେ କଟା ହୋଇଥିବା କଦଳୀ ଭଣ୍ଡାକୁ ପକାନ୍ତୁ। ବର୍ତ୍ତମାନ ଏଥିରେ ସାମାନ୍ୟ ହଳଦୀ, ସ୍ୱାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ମୁତାବକ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ପରିବା ସିଝି ଆସିଲେ ସ୍ୱାଦ ବଢ଼ାଇବା ପାଇଁ ସେଥିରେ ଛୋଟ ଆମ୍ବୁଲ ଖଣ୍ଡେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା କଦଳୀ ଭଣ୍ଡା ରାଇ। ଏହାକୁ ଗରମ ଭାତ ବା ପଖାଳ ସହିତ ପରସନ୍ତୁ।