Advertisment

କେଶର ପିସ୍ତା କୁଲଫି

ଆବଶ୍ୟକ ସାମଗ୍ରୀ: ପିସ୍ତା ବାଦାମ, କ୍ଷୀର, କଣ୍ଡେନ୍ସ ମିଲ୍‌କ, ଖୁଆ, ଆଲମଣ୍ଡ, କେଶର, ଚିନି ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ନନ୍‌ଷ୍ଟିକ ପାତ୍ରରେ କ୍ଷୀର ଗରମ କରନ୍ତୁ।  କ୍ଷୀର ଫୁଟିବା ମାତ୍ରେ କେଶର ପକାଇ ଆଞ୍ଚ କମ୍ କରିଦିଅନ୍ତୁ। ମନେ ରଖନ୍ତୁ କ୍ଷୀର ଯେପରି ତଳେ ଲାଗି ନଯାଏ, ସେଥିପାଇଁ କେଶର ପକାଇବା ପରେ କ୍ଷୀରକୁ ଏକ ଚାମଚରେ ଲଗାତାର ଗୋଳାନ୍ତୁ।  କ୍ଷର ମରିଗଲା ପରେ କଣ୍ଡେନ୍ସ ମିଲ୍‌କ, ପିସ୍ତା ବାଦାମ, ଆଲମଣ୍ଡ ଓ ଚିନି ପକାଇ […]

ଅଦ୍ୟତନ ହୋଇଛି
କେଶର ପିସ୍ତା କୁଲଫି

Pista-Kulfi

Advertisment

ଆବଶ୍ୟକ ସାମଗ୍ରୀ: ପିସ୍ତା ବାଦାମ, କ୍ଷୀର, କଣ୍ଡେନ୍ସ ମିଲ୍‌କ, ଖୁଆ, ଆଲମଣ୍ଡ, କେଶର, ଚିନି

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ନନ୍‌ଷ୍ଟିକ ପାତ୍ରରେ କ୍ଷୀର ଗରମ କରନ୍ତୁ।  କ୍ଷୀର ଫୁଟିବା ମାତ୍ରେ କେଶର ପକାଇ ଆଞ୍ଚ କମ୍ କରିଦିଅନ୍ତୁ। ମନେ ରଖନ୍ତୁ କ୍ଷୀର ଯେପରି ତଳେ ଲାଗି ନଯାଏ, ସେଥିପାଇଁ କେଶର ପକାଇବା ପରେ କ୍ଷୀରକୁ ଏକ ଚାମଚରେ ଲଗାତାର ଗୋଳାନ୍ତୁ।  କ୍ଷର ମରିଗଲା ପରେ କଣ୍ଡେନ୍ସ ମିଲ୍‌କ, ପିସ୍ତା ବାଦାମ, ଆଲମଣ୍ଡ ଓ ଚିନି ପକାଇ ଭଲ ଭାବେ ମିଶାଇ ୩ରୁ ୪ ମିନିଟ ଯାଏଁ ଫୁଟାନ୍ତୁ। ବର୍ତ୍ତମାନ ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ କ୍ଷୀରକୁ ଥଣ୍ଡା ହେବାକୁ ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଏଥିରେ ଖୁଆ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ବର୍ତ୍ତମାନ କୁଲଫି ବନାଇବା ଛାଞ୍ଚରେ ଏହି ମିଶ୍ରଣକୁ ଭରି ଫ୍ରିଜରେ ରଖି ଦିଅନ୍ତୁ। ୩ରୁ ୪ ଘଣ୍ଟା ପରେ ଫ୍ରିଜରୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ କେଶର ପିସ୍ତା କୁଲଫି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe