Advertisment

ଘରେ ପ୍ରସ୍ତୁତ କରନ୍ତୁ ମାଛ ହଳଦୀ ପାଣି

ଆବଶ୍ୟକ ସାମଗ୍ରୀ: ମାଛ, ସୋରିଷ ତେଲ, ଶୁଖିଲା ଲଙ୍କା, ପଞ୍ଚ ଫୁଟଣ, ପିଆଜ, ଅଦା, ହଳଦୀ ଗୁଣ୍ଡ, କଟା ଟମାଟୋ, ଲୁଣ, କଞ୍ଚା ଲଙ୍କା, ତୋରାଣି, ବଡ଼ି ଓ ଧନିଆ ପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଗରମ କରନ୍ତୁ ସୋରିଷ ତେଲ। ସେଥିରେ ଶୁଖିଲା ଲଙ୍କା ଓ ପଞ୍ଚ ଫୁଟଣ ପକାନ୍ତୁ। ପିଆଜ ଅଦା ବଟା ପକାନ୍ତୁ। ସେଥିରେ ହଳଦୀ ଗୁଣ୍ଡ ଦେଇ ଭଲ ଭାବେ କଷି ଦିଅନ୍ତୁ। ଏବେ ସେଥିରେ କଟା ଟମାଟୋ, ଗୋଟା […]

author-image
Rakesh Mallick
ଘରେ ପ୍ରସ୍ତୁତ କରନ୍ତୁ ମାଛ ହଳଦୀ ପାଣି

fish

ଆବଶ୍ୟକ ସାମଗ୍ରୀ: ମାଛ, ସୋରିଷ ତେଲ, ଶୁଖିଲା ଲଙ୍କା, ପଞ୍ଚ ଫୁଟଣ, ପିଆଜ, ଅଦା, ହଳଦୀ ଗୁଣ୍ଡ, କଟା ଟମାଟୋ, ଲୁଣ, କଞ୍ଚା ଲଙ୍କା, ତୋରାଣି, ବଡ଼ି ଓ ଧନିଆ ପତ୍ର।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଗରମ କରନ୍ତୁ ସୋରିଷ ତେଲ। ସେଥିରେ ଶୁଖିଲା ଲଙ୍କା ଓ ପଞ୍ଚ ଫୁଟଣ ପକାନ୍ତୁ। ପିଆଜ ଅଦା ବଟା ପକାନ୍ତୁ। ସେଥିରେ ହଳଦୀ ଗୁଣ୍ଡ ଦେଇ ଭଲ ଭାବେ କଷି ଦିଅନ୍ତୁ। ଏବେ ସେଥିରେ କଟା ଟମାଟୋ, ଗୋଟା କଞ୍ଚାଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ମସଲା ଭଲ ଭାବେ କଷି ହୋଇଯିବା ପରେ ସେଥିରେ ବାସି ତୋରାଣି ଓ ବଡ଼ି ପକାନ୍ତୁ। ଏବେ ଘୋଡଣୀ ଦେଇ କିଛି ସମୟ ଫୁଟିବାକୁ ଦିଅନ୍ତୁ। ତରକାରୀ ଭଲ ଭାବେ ଫୁଟିଆସିଲେ ଭଜା ହୋଇ ରଖିଥିବା ମାଛକୁ କଡେଇରେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ମାଛ ହଳଦୀ ପାଣି। ଏକ ଖାଲି ପାତ୍ରକୁ କାଢି ଆଣି ଗରମ ଗରମ ପରସି ଦିଅନ୍ତୁ ମାଛ ହଳଦୀ ପାଣି।