Advertisment

ଘରେ ସଜନା ଶାଗ ମୁଗ ପ୍ରସ୍ତୁତ କରି ଦହି ପଖାଳର ମଜା ଉଠାନ୍ତୁ

ଆବଶ୍ୟକ ସାମଗ୍ରୀ: ସଜନା ଶାଗ, ସୋରିଷ ତେଲ, ପଞ୍ଚ ଫୁଟଣ, ରସୁଣ, କଞ୍ଚା ଲଙ୍କା, ସିଝା ମୁଗ, କୋରା ନଡ଼ିଆ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପଞ୍ଚ ଫୁଟଣ, ଛେଚା ରସୁଣ ଓ କଞ୍ଚାଲଙ୍କା ପକାନ୍ତୁ। ଭଲ ଛୁଙ୍କ ଦେବା ପରେ କଡ଼େଇରେ ସଜନା ଶାଗ ପକାନ୍ତୁ। ଶାଗ କିଛି ସମୟ ସିଝିବା ପରେ ସେଥିରେ ସିଝା ହୋଇ ରଖିଥିବା ମୁଗ ଡାଲି […]

author-image
Rakesh Mallick
ଘରେ ସଜନା ଶାଗ ମୁଗ ପ୍ରସ୍ତୁତ କରି ଦହି ପଖାଳର ମଜା ଉଠାନ୍ତୁ

saga

ଆବଶ୍ୟକ ସାମଗ୍ରୀ: ସଜନା ଶାଗ, ସୋରିଷ ତେଲ, ପଞ୍ଚ ଫୁଟଣ, ରସୁଣ, କଞ୍ଚା ଲଙ୍କା, ସିଝା ମୁଗ, କୋରା ନଡ଼ିଆ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପଞ୍ଚ ଫୁଟଣ, ଛେଚା ରସୁଣ ଓ କଞ୍ଚାଲଙ୍କା ପକାନ୍ତୁ। ଭଲ ଛୁଙ୍କ ଦେବା ପରେ କଡ଼େଇରେ ସଜନା ଶାଗ ପକାନ୍ତୁ। ଶାଗ କିଛି ସମୟ ସିଝିବା ପରେ ସେଥିରେ ସିଝା ହୋଇ ରଖିଥିବା ମୁଗ ଡାଲି ଓ କୋରା ନଡ଼ିଆ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ସବୁକୁ ଭଲ ଭାବେ ଘାଣ୍ଟି କିଛି ସମୟ ଘୋଡାଇ ଦିଅନ୍ତୁ। ସିଝିଯିବା ପରେ ଘୋଡଣୀ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମ ଗରମ ସଜନା ଶାଗ ମୁଗ। ଦହି ପଖାଳ ସହ ଏହାର ମଜା ନିଅନ୍ତୁ।