/odisha-reporter/media/post_attachments/uploads/2018/01/soya-chop.jpg)
soya chop
ଆବଶ୍ୟକ ସାମଗ୍ରୀ: ଦହି, ଲୁଣ, ଧନିଆ ପାଉଡର, ଗରମ ମସଲା, ଅଦା, ମଇଦା, ଲଙ୍କା ଗୁଣ୍ଡ, ସୋୟାବିନ୍ ବଡି, ଗୋଲ ମରିଚ, ହଳଦୀ ପାଉଡର, ଅରେଗାନୋ, ତେଲ ଏବଂ ସୋୟା ଚପ୍।
ପ୍ରସ୍ତୁତି ପ୍ରଣାଳୀ: ସୋୟା ଚପ୍କୁ ପ୍ରଥମେ ମ୍ୟାଗ୍ନେଟ୍ କରନ୍ତୁ। ଏଥିପାଇଁ ଗୋଟେ ପାତ୍ରରେ କିଛି ଦହି, ଅଦା ପେଷ୍ଟ, ଗରମ ମସଲା, ଧନିଆ ପାଉଡର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଏବଂ ଲୁଣ ପକାଇ ଗୋଳାନ୍ତୁ। ମସଲାକୁ ଭଲ ଭାବେ ଗୋଳାଇ ସାରିବା ପରେ ସେଥିରେ ସୋୟା ଚପ୍କୁ ପକାଇ ଦିଅନ୍ତୁ। ସେୟା ଚପ୍କୁ ମସଲାରେ ଗୋଳାଇବା ପୂର୍ବରୁ ଟିକେ କାଟି ଦିଅନ୍ତୁ ଯାହାଫଳରେ ସେଥିରେ ମସଲା ଭଲଭାବେ ମିଶିଯିବ। ଏହାପରେ ମ୍ୟାଗ୍ନେଟ୍ ପାଇଁ ସୋୟା ଚପ୍କୁ ୨୦ ମିନିଟ୍ ରଖି ଦିଅନ୍ତୁ। ସୋୟାବିନ୍ ବଡିକୁ ଛେଚି ଗୁଣ୍ଡ କରନ୍ତୁ। ଆଉ ଏକ ପାତ୍ର ଆଣି ସେଥିରେ କିଛି ମଇଦା, ଲଙ୍କା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଅରେଗାନୋ, ଲୁଣ ଓ କିଛି ପାଣି ମିଶାଇ ପେଷ୍ଟ କରନ୍ତୁ। ମ୍ୟାଗ୍ନେଟ୍ ହୋଇଥିବା ସୋୟା ଚପ୍କୁ ଏହି ପେଷ୍ଟରେ ଗୋଳାନ୍ତୁ। ଗୁଣ୍ଡ କରିଥିବା ସୋୟାବିନ୍ ବଡି ଆଣି ଏହା ଉପରେ ଲଗାଇ ଗରମ ତେଲରେ ଛାଣନ୍ତୁ। ସୋୟା ଚପ୍ ଟିକେ ନାଲି ହେବା ପରେ ତାକୁ କଡେଇରୁ କାଢି ଧନିଆ ଚଟଣି କିମ୍ବା ଚମାଟୋ ସସ୍ ସହ ମିଶାଇ ଖାଆନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
