Advertisment

ଚିକେନ୍‌ ତରକାରି ରାନ୍ଧିବାକୁ ଇଚ୍ଛା ଅଛି କି? ପଢ଼ନ୍ତୁ ତିଆରି କରିବାର ଉପାୟ

ସାଧାରଣ ଲୋକଙ୍କ ଭିତରେ ବୋଧହୁଏ ସବୁଠାରୁ ଲୋପ୍ରିୟ ଆମିଷ ଖାଦ୍ୟ ହେଉଛି ଚିକେନ୍‌। ସେଥିପାଇଁ ରେଷ୍ଟୁରାଣ୍ଟ ଓ ଘରେ  ସବୁବେଳେ ଚିକେନର ବିଭିନ୍ନ ଆଇଟମ୍‌ କରାଯାଇଥାଏ। ଚିକେନ କରି, ଚିଲି ଚିକେନ, ଚିକେନ ଦୋପିଆଜି  ଓ ଚିକେନ ବିରିୟାନି ଆଦି ଆପଣମାନେ ପ୍ରାୟ ଖାଉଥିବେ। ହୋଟେଲରେ ହେଉ ଅବା ଘରେ ନିଜେ ତିଆରି କରି ଆପଣମାନେ ଏହି ଆଇଟମ୍‌ ଗୁଡ଼ିକ ଖାଉଥିବେ। ଥରେ ଘରେ ଚିକେନ ତରକାରି ବନାଇ ଖାଆନ୍ତୁ। ଏହାକୁ ତିଆରି କରିବାକୁ ବେଶୀ କଷ୍ଟ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଚିକେନ୍‌ ତରକାରି ରାନ୍ଧିବାକୁ ଇଚ୍ଛା ଅଛି କି? ପଢ଼ନ୍ତୁ ତିଆରି କରିବାର ଉପାୟ

ସାଧାରଣ ଲୋକଙ୍କ ଭିତରେ ବୋଧହୁଏ ସବୁଠାରୁ ଲୋପ୍ରିୟ ଆମିଷ ଖାଦ୍ୟ ହେଉଛି ଚିକେନ୍‌। ସେଥିପାଇଁ ରେଷ୍ଟୁରାଣ୍ଟ ଓ ଘରେ  ସବୁବେଳେ ଚିକେନର ବିଭିନ୍ନ ଆଇଟମ୍‌ କରାଯାଇଥାଏ। ଚିକେନ କରି, ଚିଲି ଚିକେନ, ଚିକେନ ଦୋପିଆଜି  ଓ ଚିକେନ ବିରିୟାନି ଆଦି ଆପଣମାନେ ପ୍ରାୟ ଖାଉଥିବେ। ହୋଟେଲରେ ହେଉ ଅବା ଘରେ ନିଜେ ତିଆରି କରି ଆପଣମାନେ ଏହି ଆଇଟମ୍‌ ଗୁଡ଼ିକ ଖାଉଥିବେ। ଥରେ ଘରେ ଚିକେନ ତରକାରି ବନାଇ ଖାଆନ୍ତୁ। ଏହାକୁ ତିଆରି କରିବାକୁ ବେଶୀ କଷ୍ଟ କରିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା କିପରି ତିଆରି କରିବେ ଚିକେନ ତରକାରି।

Advertisment

 ଆବଶ୍ୟକ ସାମଗ୍ରୀ କିଛି ଚିକେନ, କଟା ପିଆଜ, ଅଦା,ରସୁଣ ଓ ପିଆଜ ପେଷ୍ଟ, ଧନିଆଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଟା ରସୁଣ, ଟମାଟୋ, ଲୁଣ, ହଳଦୀ, ସୋରିଷ ତେଲ, ଧନିଆ ପତ୍ର, ଡାଲଚିନ ଗୁଣ୍ଡ, ଗରମ ମସଲା, ଚିକେନ କରି ପାଉଡର

20111227ପ୍ରସ୍ତୁତ ପ୍ରଣାଳୀ: ବଜାରରୁ ଆବଶ୍ୟକ ଅନୁଯାୟୀ ଚିକେନ କିଣି ଆଣନ୍ତୁ। ପରେ ତାକୁ ଭଲ ଭାବରେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଳ୍ପ ହଳଦୀ, ଲୁଣ, ସୋରିଷ ତେଲ ଓ ପିଆଜ ପକାଇ ଗୋଳାନ୍ତୁ। ଏହି ମିଶ୍ରଣକୁ କିଛି ସମୟ ରଖନ୍ତୁ। ପରେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ଅଳ୍ପ ଚିନି ପକାନ୍ତୁ। ଚିନି ଲାଲ ହୋଇଆସିବା ବେଳକୁ ସେଥିରେ କଟା ପିଆଜ ପକାନ୍ତୁ।  ପିଆଜ ଲାଲ ହୋଇଆସିବା ପରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। ଏହାକୁ ଭଲ ଭାବରେ କଷନ୍ତୁ। ପରେ ସେଥିରେ ଧନିଆଗୁଣ୍ଡ, ଜିରା ଗୁଣ୍ଡ  ଓ ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ। ଟମାଟୋ ପକାଇ ପୁଣି ଭଲ ଭାବରେ  କଷନ୍ତୁ। ମସଲା ଭଲ ଭାବରେ କଷି ହୋଇଯିବା ପରେ ସେଥିରେ ଚିକେନ କରି ପାଉଡର ପକାନ୍ତୁ। ଏହା ପରେ ଡାଲଚିନ୍‌ ଗୁଣ୍ଡ ପକାଇ ତାକୁ ଭଲ ଭାବରେ ଗୋଳାନ୍ତୁ। ସେଥିରେ ଅଳ୍ପ ପାଣି ଦିଅନ୍ତୁ। ଏହାପରେ  ଚିକେନକୁ ପକାନ୍ତୁ ଓ ମସଲା ସହିତ ଏହାକୁ ଭଲଭାବରେ ଗୋଳାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଏହାପରେ କଡ଼େଇକୁ ଢାଙ୍କି ଦିଅନ୍ତୁ। ମଝିରେ ମଝିରେ ଢାଙ୍କୁଣି କାଢ଼ି ଏହାକୁ ଚଲାନ୍ତୁ। ନହେଲେ ମାଂସ ଲାଗି ଯାଇପାରେ। ଆଞ୍ଚକୁ ସିମ୍‌ ମଧ୍ୟ କରି ଦିଅନ୍ତୁ। ଯଦି ଚିକେନରୁ ପାଣି ବାହାରୁଛି ତା’ ହେଲେ ପାଣି ମରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏହାପରେ ଏହାକୁ କିଛି ସମୟ କଷନ୍ତୁ। ତା’ପରେ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ। ମାଂସ ସିଝିଯିବା ପରେ ଏହାକୁ ନିଆଁରୁ ଓହ୍ଲାଇ ଆଣନ୍ତୁ। ଏହାପରେ ଏଥିରେ ଗରମ ମସଲା ଓ ଧନିଆ ପାଉଡର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ  ତରକାରି।

Advertisment

ଏହାକୁ ଆପଣ ରୁଟି ଓ ଭାତ ସହ ଖାଇପାରିବେ।