ବାଃ ବାଃ... କୁକୁଡ଼ା ମାଂସ ପିଠା

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ ଚୁନା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ରିଫାଇନ୍‌ ତେଲ, ଜିରା ଗୁଣ୍ଡ, ଅଦା ରସୁଣ ଓ ପିଆଜ ପେଷ୍ଟ, ଦେଶୀ କୁକୁଡା ମାଂସ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ତାକୁ ଚୁଲାରୁ କାଢି ସେଥିରେ ଚାଉଳ ଚୁନା ପକାଇ ଭଲ ଭାବେ ଗୋଳାନ୍ତୁ। ଗୋଳା ଯାଇଥିବା ଚାଉଳ ଚୁନାରେ ଅଦା, ରସୁଣ ଓ ପିଆଜ ପେଷ୍ଟ, ହଳଦୀ ଗୁଣ୍ଡ ଓ […]

pithha....

pithha....

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 04:04 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ ଚୁନା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ରିଫାଇନ୍‌ ତେଲ, ଜିରା ଗୁଣ୍ଡ, ଅଦା ରସୁଣ ଓ ପିଆଜ ପେଷ୍ଟ, ଦେଶୀ କୁକୁଡା ମାଂସ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ତାକୁ ଚୁଲାରୁ କାଢି ସେଥିରେ ଚାଉଳ ଚୁନା ପକାଇ ଭଲ ଭାବେ ଗୋଳାନ୍ତୁ। ଗୋଳା ଯାଇଥିବା ଚାଉଳ ଚୁନାରେ ଅଦା, ରସୁଣ ଓ ପିଆଜ ପେଷ୍ଟ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏହାପରେ ସେଥିରେ କୁକୁଡ଼ା ମାଂସ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ତା’ପରେ ସେଥିରେ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଏହାପରେ ତାୱା କିମ୍ବା ପ୍ୟାନ୍‌ରେ ତେଲ ଗରମ କରି ସେଥିରେ କୁକୁଡ଼ା ମାଂସ ଓ ଚାଉଳ ଚୁନାର ମିଶ୍ରଣକୁ ଦେଇ ଘୋଡ଼ଣୀ ଘୋଡ଼େଇ ଦିଅନ୍ତି। ୧୦ରୁ ୧୫ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ପିଠାଟିକୁ ଓଲଟାଇ ଦିଅନ୍ତୁ। ପିଠା ସିଝିବା ପରେ ପ୍ରସ୍ତୁତ ହୋଇଯିବ କୁକୁଡ଼ା ମାଂସ ପିଠା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos