pithha....
ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ ଚୁନା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ରିଫାଇନ୍ ତେଲ, ଜିରା ଗୁଣ୍ଡ, ଅଦା ରସୁଣ ଓ ପିଆଜ ପେଷ୍ଟ, ଦେଶୀ କୁକୁଡା ମାଂସ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ତାକୁ ଚୁଲାରୁ କାଢି ସେଥିରେ ଚାଉଳ ଚୁନା ପକାଇ ଭଲ ଭାବେ ଗୋଳାନ୍ତୁ। ଗୋଳା ଯାଇଥିବା ଚାଉଳ ଚୁନାରେ ଅଦା, ରସୁଣ ଓ ପିଆଜ ପେଷ୍ଟ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏହାପରେ ସେଥିରେ କୁକୁଡ଼ା ମାଂସ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ତା’ପରେ ସେଥିରେ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
ଏହାପରେ ତାୱା କିମ୍ବା ପ୍ୟାନ୍ରେ ତେଲ ଗରମ କରି ସେଥିରେ କୁକୁଡ଼ା ମାଂସ ଓ ଚାଉଳ ଚୁନାର ମିଶ୍ରଣକୁ ଦେଇ ଘୋଡ଼ଣୀ ଘୋଡ଼େଇ ଦିଅନ୍ତି। ୧୦ରୁ ୧୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ପିଠାଟିକୁ ଓଲଟାଇ ଦିଅନ୍ତୁ। ପିଠା ସିଝିବା ପରେ ପ୍ରସ୍ତୁତ ହୋଇଯିବ କୁକୁଡ଼ା ମାଂସ ପିଠା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/02/pithha.....jpg)