ଆବଶ୍ୟକ ସାମଗ୍ରୀ: ତେଲ, ଚିନି, ଖୁଆ, କାଜୁ, ଖିସ୍ମିସ୍, ପିସ୍ତା ବାଦାମ୍, ତେଜପତ୍ର, ଗୁଜରାତି, ନଡ଼ିଆ ରସ, ଭିଜା ଚାଉଳ, ଲୁଣ ଓ ପାଣି
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ ୩୦ ମିନିଟ୍ ବତୁରେଇ ରଖନ୍ତୁ। ତାପରେ ଚୁଲାରେ କଡ଼େଇ ବସାଇ ସେଥିରେ ରିଫାଇନ୍ ତେଲ ପକାନ୍ତୁ। ତେଲ ଅଳ୍ପ ଗରମ ହେବା ପରେ ସେଥିରେ ତେଜପତ୍ର, ଗୁଜୁରାତି ଓ ଅଳ୍ପ ଚିନି ପକାନ୍ତୁ। ଏହାପରେ ବତୁରା ଅରୁଆ ଚାଉଳ ପକାନ୍ତୁ। ତା’ ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ୩୦ ମିନିଟ୍ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ଚାଉଳ ସିଝିବା ପରେ ସେଥିରେ ଚିନି ପକାନ୍ତୁ। ତା’ ପରେ ସେଥିରେ କାଜୁ, କିସ୍ମିସ୍ ଓ ପିସ୍ତା ବାଦାମ୍ ପକାଇ ଗୋଳେଇ ଦିଅନ୍ତୁ। ୨ ମିନିଟ୍ ପରେ ସେଥିରେ ନଡ଼ିଆ ରସ ପକାନ୍ତୁ। ନଡ଼ିଆ ରସ ଫୁଟିବା ପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ନଡ଼ିଆ ରସ ଖିରି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...