ଓଡ଼ିଆ ରାନ୍ଧଣାର ଚମତ୍କାରିତା: ବିନା ଖିରରେ ଖିରି

ଆବଶ୍ୟକ ସାମଗ୍ରୀ: ତେଲ, ଚିନି, ଖୁଆ, କାଜୁ, ଖିସ୍‌ମିସ୍‌, ପିସ୍ତା ବାଦାମ୍‌, ତେଜପତ୍ର, ଗୁଜରାତି, ନଡ଼ିଆ ରସ, ଭିଜା ଚାଉଳ, ଲୁଣ ଓ ପାଣି ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ ୩୦ ମିନିଟ୍‌ ବତୁରେଇ ରଖନ୍ତୁ। ତାପରେ ଚୁଲାରେ କଡ଼େଇ ବସାଇ ସେଥିରେ ରିଫାଇନ୍‌ ତେଲ ପକାନ୍ତୁ। ତେଲ ଅଳ୍ପ ଗରମ ହେବା ପରେ ସେଥିରେ ତେଜପତ୍ର, ଗୁଜୁରାତି ଓ ଅଳ୍ପ ଚିନି ପକାନ୍ତୁ। ଏହାପରେ ବତୁରା ଅରୁଆ ଚାଉଳ ପକାନ୍ତୁ। ତା’ ପରେ ସେଥିରେ […]

Nadia Rasa Khiri

Rakesh Mallick
  • Published: Tuesday, 23 January 2018
  • , Updated: 23 January 2018, 02:30 PM IST

ଆବଶ୍ୟକ ସାମଗ୍ରୀ: ତେଲ, ଚିନି, ଖୁଆ, କାଜୁ, ଖିସ୍‌ମିସ୍‌, ପିସ୍ତା ବାଦାମ୍‌, ତେଜପତ୍ର, ଗୁଜରାତି, ନଡ଼ିଆ ରସ, ଭିଜା ଚାଉଳ, ଲୁଣ ଓ ପାଣି

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ ୩୦ ମିନିଟ୍‌ ବତୁରେଇ ରଖନ୍ତୁ। ତାପରେ ଚୁଲାରେ କଡ଼େଇ ବସାଇ ସେଥିରେ ରିଫାଇନ୍‌ ତେଲ ପକାନ୍ତୁ। ତେଲ ଅଳ୍ପ ଗରମ ହେବା ପରେ ସେଥିରେ ତେଜପତ୍ର, ଗୁଜୁରାତି ଓ ଅଳ୍ପ ଚିନି ପକାନ୍ତୁ। ଏହାପରେ ବତୁରା ଅରୁଆ ଚାଉଳ ପକାନ୍ତୁ। ତା’ ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ୩୦ ମିନିଟ୍‌ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ।  ଚାଉଳ ସିଝିବା ପରେ ସେଥିରେ ଚିନି ପକାନ୍ତୁ। ତା’ ପରେ ସେଥିରେ କାଜୁ, କିସ୍‌ମିସ୍‌ ଓ ପିସ୍ତା ବାଦାମ୍‌ ପକାଇ ଗୋଳେଇ ଦିଅନ୍ତୁ। ୨ ମିନିଟ୍‌ ପରେ ସେଥିରେ ନଡ଼ିଆ ରସ ପକାନ୍ତୁ। ନଡ଼ିଆ ରସ ଫୁଟିବା ପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ନଡ଼ିଆ ରସ ଖିରି।

Related story