corn vada
ଆବଶ୍ୟକ ସାମଗ୍ରୀ- ମିଠା ମକା, ବେସନ, ଗାଜର, ସିମଲା ଲଙ୍କା , ଧନିଆ ପତ୍ର, କଞ୍ଚା ଲଙ୍କା, ଅଦା, ଲଙ୍କା ଗୁଣ୍ଡ, ଧନିଆ ପାଉଡର, ଜିରା, ଆମଚୁର ପାଉଡ଼ର, ହଳଦୀ ପାଉଡର, ଲୁଣ, ତେଲ ଓ ଗାଜର।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମିଠା ମକାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ମକାକୁ ପୂରା ବାଟିବେନି। ଟିକେ ଖଣ୍ଡ ଖଣ୍ଡ ରଖିବେ। ମକା ବଟା ହୋଇଯିବା ପରେ ସେଥିରେ କଟା ସିମଲା ଲଙ୍କା, କଟା ଗାଜର, ଧନିଆ ପତ୍ର, କଟା କଞ୍ଚା ଲଙ୍କା, ଧନିଆ ପାଉଡର, ଜିରା, ଲଙ୍କା ଗୁଣ୍ଡ, ଆମଚୁର ପାଉଡର, ଛେଚା ଅଦା, ହଳଦୀ ପାଉଡର, ଲୁଣ ଓ ବେସନ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏହି ମିଶ୍ରଣକୁ ବରା ଆକୃତିର କରନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ବରାକୁ ଛାଣନ୍ତୁ। ବରା ଟିକେ ନାଲି ରଙ୍ଗର ହୋଇଗଲେ ତାକୁ ଛାଣି ଦିଅନ୍ତୁ ଏବଂ ଗରମ ଗରମ ଖାଆନ୍ତୁ 'ମିଠା ମକା ବରା' ବା 'ସ୍ୱିଟ୍ କର୍ଣ୍ଣ ବରା'।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/04/corn-vada-final-img.jpg)