/odisha-reporter/media/post_attachments/uploads/2018/05/food.jpg12.jpg)
food.jpg12
ଆବଶ୍ୟକ ସାମଗ୍ରୀ: ଆଳୁ, ଦହି, ପିଆଜ, ଲଙ୍କା, ଅଦା, ଶୁଖିଲା ଲଙ୍କା, ଗୋଲ ମରିଚ, ଘିଅ ,ଜିରା, ଭୃସୁଙ୍ଗ ପତ୍ର, ରସୁଣ ବଟା, ହଳଦୀ, ଲୁଣ, ଓ ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁରୁ ଚୋପା ଛଡ଼ାଇ ଲୁଣ ପାଣିରେ ସିଝାନ୍ତୁ। ଆଳୁ ସିଝିଯିବା ପରେ ୪ ପିସ୍ କରି କାଟି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଦହି ଫେଣ୍ଟି ରଖନ୍ତୁ। ଏହା ସହ ଅଦା, ଲଙ୍କା, ପିଆଜ କଟା, ଶୁଖିଲା ଲଙ୍କା ଓ ଗୋଲ ମରିଚ ଗୁଣ୍ଡ କରି ରଖନ୍ତୁ। ତା’ପରେ କଡେଇରେ ଘିଅ ଗରମ କରି ସେଥିରେ ଜିରା, ଭୃସୁଙ୍ଗ ପତ୍ର ପକାଇ ଫୁଟାନ୍ତୁ। ଏହାପରେ କଟା ପିଆଜ, ଅଦା ଓ କଟା ଲଙ୍କା ପକାଇ ପିଆଜ ନରମ ହେବା ଯାଏଁ ଭାଜନ୍ତୁ। ତା’ପରେ ରସୁଣ ବଟା ପକାଇ ୫ରୁ ୬ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ। ମସଲା କଷି ହୋଇଯିବା ପରେ ଆଳୁ ଓ ଦହି ପକାଇ ଫୁଟିବାକୁ ଛାଡି ଦିଅନ୍ତୁ। ଏହା ଫୁଟିଯିବା ପରେ ଶେଷରେ ଲଙ୍କା ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ତାପରେ ସେଥିରେ ଧନିଆ ପତ୍ର ପକାଇ ପରଷନ୍ତୁ ଗରମ ଗରମ ଦହି ଆଳୁ ତରକାରୀ।
ଆପଣ ଚାହିଁଲେ ଝୋଳ ରଖି ପାରିବେ ନଚେତ କଷା ହେଲା ଭଳି ବା ଶୁଖିଲା ରଖିପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
