ଖରାଦିନେ ଖାଇବା ଜମିବ, ଯେବେ ବଢ଼ାହେବ ଏ‌ଇ ଟେଷ୍ଟି ଆଇଟମ୍‌

ଆବଶ୍ୟକ ସାମଗ୍ରୀ- ବାଇଗଣ, ଦହି, ପଞ୍ଚ ଫୁଟଣ, ରିଫାଇନ୍ ତେଲ, ଶୁଖିଲା ଲଙ୍କା,  ଲୁଣ, ହଳଦୀ, ଭେସୁଙ୍ଗା ପତ୍ର , ରସୁଣ, କଞ୍ଚାଲଙ୍କା, ହଳଦୀ ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ବାଇଗଣକୁ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାଇ ଗୋଳାଇ ତେଲରେ ଟିକିଏ ଲାଲ ହେବା ଯାଏଁ ଛାଣନ୍ତୁ। ଏହା ପରେ ଏକ ପାତ୍ରରେ ଦହି ନିଅନ୍ତୁ। ଏଥିରେ ଅଳ୍ପ ପାଣି ଗୋଳାଇ ଦିଅନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ  ଓ କାଟି ରଖିଥିବା କଞ୍ଚାଲଙ୍କା […]

PAKHALA

Rakesh Mallick
  • Published: Friday, 02 March 2018
  • , Updated: 02 March 2018, 04:59 PM IST

ଆବଶ୍ୟକ ସାମଗ୍ରୀ- ବାଇଗଣ, ଦହି, ପଞ୍ଚ ଫୁଟଣ, ରିଫାଇନ୍ ତେଲ, ଶୁଖିଲା ଲଙ୍କା,  ଲୁଣ, ହଳଦୀ, ଭେସୁଙ୍ଗା ପତ୍ର , ରସୁଣ, କଞ୍ଚାଲଙ୍କା, ହଳଦୀ

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ବାଇଗଣକୁ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାଇ ଗୋଳାଇ ତେଲରେ ଟିକିଏ ଲାଲ ହେବା ଯାଏଁ ଛାଣନ୍ତୁ। ଏହା ପରେ ଏକ ପାତ୍ରରେ ଦହି ନିଅନ୍ତୁ। ଏଥିରେ ଅଳ୍ପ ପାଣି ଗୋଳାଇ ଦିଅନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ  ଓ କାଟି ରଖିଥିବା କଞ୍ଚାଲଙ୍କା ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ  ଛଣା ଯାଇଥିବା ବାଇଗଣ ପକାନ୍ତୁ। ପରେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ  ପଞ୍ଚ ଫୁଟଣ  ଓ ଭେସୁଙ୍ଗା ପତ୍ର ପକାନ୍ତୁ। ପରେ ସେଥିରେ  ଶୁଖିଲା ଲଙ୍କା ଓ ରସୁଣ ପକାଇ ଛୁଙ୍କ କରନ୍ତୁ।  ଗୋଳାଇ ରଖିଥିବା ଦହି ବାଇଗଣକୁ ସେଥିରେ ପକାନ୍ତୁ। ଅଳ୍ପ ସମୟ ଫୁଟିବାକୁ ଦିଅନ୍ତୁ। ବାସ୍‌ ଏଥର ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଦହି ବାଇଗଣ

Related story