Advertisment

ସବୁ ଋତୁରେ ସମସ୍ତଙ୍କ ପ୍ରିୟ ‘ଡାଲ୍ ଫ୍ରାଏ’

ଖରା,ବର୍ଷା ଋତୁ ହେଉ ବା ଶୀତ ସବୁବେଳେ ରୁଟି ସହ ଡାଲ ଫ୍ରାଏ ଖାଇବାର ମଜା ଅଲଗା। ବିଭିନ୍ନ ସମୟରେ ରୁଟିରେ ଡାଲମା,ସନ୍ତୁଳା ଓ ମସଲା ତରକାରି ଖାଇବା ଅପେକ୍ଷା  ଡାଲ ଫ୍ରାଏ ଅଧିକ ସୁଆଦିଆ ଓ ସ୍ୱାସ୍ଥ୍ୟକର। ଡିନରରେ ଗରମଗରମା ଡାଲ ଫ୍ରାଏ ଖାଆନ୍ତୁ ଆଉ ନିଆରା ଟେଷ୍ଟର ମଜା ନିଅନ୍ତୁ। ଆବଶ୍ୟକ ସାମଗ୍ରୀ- ହରଡ ଡାଲି, ଅଦା ରସୁଣ ଓ ପିଆଜ ପେଷ୍ଟ, ଲଙ୍କା, ଗୁଣ୍ଡ, କଞ୍ଚା ଲଙ୍କା କଟା ହୋଇଥିବା ପିସ୍, କଟା […]

author-image
Rakesh Mallick
ଅଦ୍ୟତନ ହୋଇଛି
ସବୁ ଋତୁରେ ସମସ୍ତଙ୍କ ପ୍ରିୟ ‘ଡାଲ୍ ଫ୍ରାଏ’

Dal Fry image

ଖରା,ବର୍ଷା ଋତୁ ହେଉ ବା ଶୀତ ସବୁବେଳେ ରୁଟି ସହ ଡାଲ ଫ୍ରାଏ ଖାଇବାର ମଜା ଅଲଗା। ବିଭିନ୍ନ ସମୟରେ ରୁଟିରେ ଡାଲମା,ସନ୍ତୁଳା ଓ ମସଲା ତରକାରି ଖାଇବା ଅପେକ୍ଷା  ଡାଲ ଫ୍ରାଏ ଅଧିକ ସୁଆଦିଆ ଓ ସ୍ୱାସ୍ଥ୍ୟକର।

Advertisment

ଡିନରରେ ଗରମଗରମା ଡାଲ ଫ୍ରାଏ ଖାଆନ୍ତୁ ଆଉ ନିଆରା ଟେଷ୍ଟର ମଜା ନିଅନ୍ତୁ।

ଆବଶ୍ୟକ ସାମଗ୍ରୀ- ହରଡ ଡାଲି, ଅଦା ରସୁଣ ଓ ପିଆଜ ପେଷ୍ଟ, ଲଙ୍କା, ଗୁଣ୍ଡ, କଞ୍ଚା ଲଙ୍କା କଟା ହୋଇଥିବା ପିସ୍, କଟା ଟମାଟୋ, ଧନିଆ ପତ୍ର, କରି ପାଉଡର, ଲୁଣ ଓ ହଳଦୀ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ହରଡ଼ ଡାଲିକୁ ସିଝାଇ ଦିଅନ୍ତୁ। ଏହା ସିଝିଗଲା ପରେ ଏକ ପାତ୍ରରେ ରଖନ୍ତୁ। ମନେ ରଖନ୍ତୁ ଡାଲି ସିଝାଇଲା ବେଳେ ଡାଲିରେ ଅଳ୍ପ ପାଣି ଦେବେ।

Advertisment

କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ ହୋଇଯିବା ପରେ  ସେଥିରେ ଅଦା,ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। ପରେ ସେଥିରେ କଟା ଟମାଟୋ ପକାନ୍ତୁ। ଏହାକୁ ଭଲ ଭାବରେ ଗୋଳାନ୍ତୁ। ସେଥିରେ  କରି ପାଉଡ଼ର ପକାନ୍ତୁ। ପରେ ସେଥିରେ କଟା ହୋଇଥିବା କଞ୍ଚା ଲଙ୍କା ପକାନ୍ତୁ। ଏହସହ ସେଥିରେ  ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ଅଳ୍ପ ପକାନ୍ତୁ। ଏହାକୁ ଭଲଭାବରେ ଗୋଳାଇ ଦିଅନ୍ତୁ। ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। ମସଲା ହୋଇଗଲା ପରେ ପାତ୍ର ରଖଥିବା ଡାଲିକୁ ପକାନ୍ତୁ। ଡାଲି ଫୁଟିବା ତାଙ୍କୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ସେଥିରେ  ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଡାଲ ଫ୍ରାଏ