chicken
ଆବଶ୍ୟକ ସାମଗ୍ରୀ: ଶୁଖିଲା ଲଙ୍କା,ଚିକେନ୍, ପିଆଜ, ଟମାଟୋ, ତେଲ, ହଳଦୀ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଶୁଖିଲା ଲଙ୍କାରୁ ମଞ୍ଜି କାଢି ଗ୍ରାଇଡିଂ କରି ରଖନ୍ତୁ। ଏହାପରେ ଚିକେନ୍ରେ ଆବଶ୍ୟକ ମୁତାବକ ହଳଦୀ, ଲୁଣ ପକାଇ ଗୋଳାଇ ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ଶୁଖିଲା ଲଙ୍କା ବଟା ପକାନ୍ତୁ। ଲଙ୍କାବଟା ଅଳ୍ପ ଫ୍ରାଏ ହୋଇଗଲେ ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ଅଳ୍ପ ଭାଜି ହୋଇଗଲେ କଟା ଟମାଟୋ ପକାନ୍ତୁ। ଏହାପରେ ହଳଦୀ ଗୋଳା ଚିକେନ ପକାଇ ଦିଅନ୍ତୁ। ଚିକେନ ଅଳ୍ପ କଷି ହୋଇଗଲେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ପକାଇ ଘୋଡଣୀ ଘୋଡାଇ ଦିଅନ୍ତୁ। ଚିକେନ ଭଲ ଭାବେ ସିଝିଯିବା ପରେ ଘୋଡଣୀ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଶୁଖିଲା ଲଙ୍କା ଚିକେନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/03/paprika-chicken-79927-1-1.jpg)