ଆବଶ୍ୟକ ସାମଗ୍ରୀ-
ବେସନ, ଲୁଣ, ଲଙ୍କା ଗୁଣ୍ଡ, ତେଲ, ଅଣ୍ଡା, ଖାଇବା ସୋଢ଼ା, ଜିରା ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କିଛି ଅଣ୍ଡା ବଜାରରୁ କିଣି ଆଣନ୍ତୁ। ତାକୁ ସିଝାଇ ଦିଅନ୍ତୁ। ଅଣ୍ଡା ସିଝିଗଲା ପରେ ତା’ର ଚୋପା ଛଡ଼ାଇ ଦେଇ ଏକ ପ୍ଲେଟରେ ରଖନ୍ତୁ। ପରେ ଏକ ପାତ୍ରରେ ବେସନକୁ ପାଣି ପକାଇ ଗୋଳାନ୍ତୁ। ବେସନ ପେଷ୍ଟ ବହଳିଆ ହୋଇଥିବା ଦରକାର। ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ, ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ସେଥିରେ ଅଳ୍ପ ଖାଇବା ସୋଢ଼ା ପକାନ୍ତୁ। ଏହାକୁ କିଛି ସମୟ ରଖିଦିଅନ୍ତୁ।
କଡ଼େଇରେ ତେଲ ଗରମ କରନ୍ତୁ। ଗୋଳାଇ ରଖିଥିବା ବେସନ ପେଷ୍ଟରେ ଅଣ୍ଡାକୁ ଗୋଳାଇ ଛାଣନ୍ତୁ। ଏହା ଅଳ୍ପ ଲାଲ ହୋଇଯିବା ପରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଅଣ୍ଡା ଚପ୍। ଏହାକୁ ଟମାଟୋ ସସ୍ ଓ ଚିଲି ସସ୍ ଲଗାଇ ଖାଇପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...