Advertisment

ଘରେ ବନାଇ ଖାଆନ୍ତୁ ଗରମ ଗରମ ଅଣ୍ଡା ଚପ୍‌

ଆବଶ୍ୟକ ସାମଗ୍ରୀ- ବେସନ, ଲୁଣ, ଲଙ୍କା ଗୁଣ୍ଡ, ତେଲ, ଅଣ୍ଡା, ଖାଇବା ସୋଢ଼ା, ଜିରା ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କିଛି ଅଣ୍ଡା ବଜାରରୁ କିଣି ଆଣନ୍ତୁ। ତାକୁ ସିଝାଇ ଦିଅନ୍ତୁ। ଅଣ୍ଡା ସିଝିଗଲା ପରେ ତା’ର ଚୋପା ଛଡ଼ାଇ ଦେଇ ଏକ ପ୍ଲେଟରେ ରଖନ୍ତୁ। ପରେ ଏକ ପାତ୍ରରେ ବେସନକୁ ପାଣି ପକାଇ ଗୋଳାନ୍ତୁ। ବେସନ ପେଷ୍ଟ ବହଳିଆ ହୋଇଥିବା ଦରକାର। ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ, ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ ପକାଇ […]

ଅଦ୍ୟତନ ହୋଇଛି
ଘରେ ବନାଇ ଖାଆନ୍ତୁ ଗରମ ଗରମ ଅଣ୍ଡା ଚପ୍‌

gdfdh

Advertisment

ଆବଶ୍ୟକ ସାମଗ୍ରୀ-

ବେସନ, ଲୁଣ, ଲଙ୍କା ଗୁଣ୍ଡ, ତେଲ, ଅଣ୍ଡା, ଖାଇବା ସୋଢ଼ା, ଜିରା ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କିଛି ଅଣ୍ଡା ବଜାରରୁ କିଣି ଆଣନ୍ତୁ। ତାକୁ ସିଝାଇ ଦିଅନ୍ତୁ। ଅଣ୍ଡା ସିଝିଗଲା ପରେ ତା’ର ଚୋପା ଛଡ଼ାଇ ଦେଇ ଏକ ପ୍ଲେଟରେ ରଖନ୍ତୁ। ପରେ ଏକ ପାତ୍ରରେ ବେସନକୁ ପାଣି ପକାଇ ଗୋଳାନ୍ତୁ। ବେସନ ପେଷ୍ଟ ବହଳିଆ ହୋଇଥିବା ଦରକାର। ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ, ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ସେଥିରେ ଅଳ୍ପ ଖାଇବା ସୋଢ଼ା ପକାନ୍ତୁ। ଏହାକୁ କିଛି ସମୟ ରଖିଦିଅନ୍ତୁ।

Advertisment

କଡ଼େଇରେ ତେଲ ଗରମ କରନ୍ତୁ। ଗୋଳାଇ ରଖିଥିବା ବେସନ ପେଷ୍ଟରେ ଅଣ୍ଡାକୁ ଗୋଳାଇ ଛାଣନ୍ତୁ। ଏହା ଅଳ୍ପ ଲାଲ ହୋଇଯିବା ପରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ।  ପ୍ରସ୍ତୁତ ହୋଇଗଲା ଅଣ୍ଡା ଚପ୍‌। ଏହାକୁ ଟମାଟୋ ସସ୍ ଓ ଚିଲି ସସ୍‌ ଲଗାଇ ଖାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe