Advertisment

ଆଜି ହିଁ ଡିନରରେ ବନାନ୍ତୁ ଗରମ ଗରମ ‘ଅଣ୍ଡା ତଡ଼କା’

ଶୀତ ଦିନରେ ଅଣ୍ଡା ତଡ଼କା ଖାଇବାର ମଜା ନିଆରା। ଏହାକୁ ଗରମ ଗରମ ରୁଟି ସହ ଖାଇବାକୁ ଭଲ ଲାଗିଥାଏ। ବିଶେଷ କରି ଘର ଅପେକ୍ଷା ରେଷ୍ଟୁରାଣ୍ଟରେ ଏହାକୁ ଆମେ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି। କାରଣ ଆମେ ଭାବନ୍ତି, ଘରେ ସ୍ୱାଦିଷ୍ଟ ଅଣ୍ଡା ତଡ଼କା ବନେଇବା ସମ୍ଭବ ନୁହେଁ। କିନ୍ତୁ ଏହାକୁ ଆମେ ଘରେ ବି ତିଆରି କରି ଖାଇପାରିବା। ଆସନ୍ତୁ ଜାଣିବା ତିଆରି କରିବାର ପ୍ରଣାଳୀ… ଆବଶ୍ୟକ ସାମଗ୍ରୀ- ଡାଲି ତଡ଼କା, ଅଦା, ରସୁଣ […]

author-image
Rakesh Mallick
ଆଜି ହିଁ ଡିନରରେ ବନାନ୍ତୁ ଗରମ ଗରମ ‘ଅଣ୍ଡା ତଡ଼କା’

Egg Tadaka

ଶୀତ ଦିନରେ ଅଣ୍ଡା ତଡ଼କା ଖାଇବାର ମଜା ନିଆରା। ଏହାକୁ ଗରମ ଗରମ ରୁଟି ସହ ଖାଇବାକୁ ଭଲ ଲାଗିଥାଏ। ବିଶେଷ କରି ଘର ଅପେକ୍ଷା ରେଷ୍ଟୁରାଣ୍ଟରେ ଏହାକୁ ଆମେ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି। କାରଣ ଆମେ ଭାବନ୍ତି, ଘରେ ସ୍ୱାଦିଷ୍ଟ ଅଣ୍ଡା ତଡ଼କା ବନେଇବା ସମ୍ଭବ ନୁହେଁ। କିନ୍ତୁ ଏହାକୁ ଆମେ ଘରେ ବି ତିଆରି କରି ଖାଇପାରିବା। ଆସନ୍ତୁ ଜାଣିବା ତିଆରି କରିବାର ପ୍ରଣାଳୀ...

Advertisment

ଆବଶ୍ୟକ ସାମଗ୍ରୀ- ଡାଲି ତଡ଼କା, ଅଦା, ରସୁଣ ଓ ପିଆଜ ପେଷ୍ଟ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, କରି ପାଉଡର, ଗରମ ମସଲା, ତେଲ, ଲୁଣ, ହଳଦୀ, ଗରମ ମସଲା, ଧନିଆ ପତ୍ର , ଟମାଟୋ, କଟା ପିଆଜ, କଞ୍ଚା ଲଙ୍କା, ତଡ଼କା ମସଲା ଓ ଅଣ୍ଡା

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ତଡ଼କାକୁ ପାଣିରେ ୫ରୁ ୬ ଘଣ୍ଟା  ଭିଜାଇ ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ କରି ସିଝାଇ ଦିଅନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ କଞ୍ଚା ଅଣ୍ଡାକୁ ଭାଙ୍ଗି ପକାନ୍ତୁ। ତା’ପରେ   ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। ଏହାକୁ ଭଲ ଭାବରେ ଭୁଜିଆ ତିଆରି କଲା ପରି ଭାଜନ୍ତୁ। ଭାଜି ହୋଇଗଲା ପରେ ତାକୁ ଏକ ପ୍ଲେଟକୁ କାଢ଼ି ଆଣନ୍ତୁ।

Advertisment

ପୁଣି କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ ହୋଇଯିବା ପରେ ସେଥିରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାଇ ତାକୁ କିଛି ସମୟ କଷନ୍ତୁ। ଏହା ପରେ ଧନିଆ ଓ ଜିରା ଗୁଣ୍ଡ ପକାଇ ଗୋଳାନ୍ତୁ। ପରେ ସେଥିରେ କଞ୍ଚା ଲଙ୍କା କଟା ହୋଇଥିବା ପିସ୍‌କୁ ପକାନ୍ତୁ। ତଡ଼କା ମସଲା ପକାଇବା ପରେ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। ସେଥିରେ କଟା ଟମାଟୋ ପକାଇ ତାକୁ କଷନ୍ତୁ। ପାତ୍ରରେ ସିଜାଇ ରଖିଥିବା ତଡ଼କାକୁ ସେଥିରେ ପକାନ୍ତୁ।  ପରେ ଭଜା ହୋଇ ରହିଥିବା ଅଣ୍ଡାକୁ ପକାନ୍ତୁ। ତା’ପରେ ଗରମ ମସଲା ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତାକୁ କିଛି ସମୟ ଛାଡ଼ି ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ଅଣ୍ଡା ତଡ଼କା। ଏହାକୁ ପାତ୍ରକୁ କାଢ଼ି ଆଣିବା ପରେ ସେଥିରେ ଧନିଆ ପତ୍ର ପକାନ୍ତୁ।