/odisha-reporter/media/post_attachments/uploads/2017/10/gajar-.jpg)
gajar-
ଆବଶ୍ୟକ ସାମଗ୍ରୀ- ଗାଜର, କ୍ଷୀର,କାଜୁ, ଚିନି, ଲୁଣ, ଗାଈ ଘିଅ
ପ୍ରସ୍ତୁତି ପ୍ରଣାଳୀ- ବଜାରରୁ କିଛି ଗାଜର କିଣି ଆଣନ୍ତୁ। ତାକୁ ଭଲଭାବରେ ପାଣିରେ ଧୋଇ ଦିଅନ୍ତୁ। ଏହାପରେ ଗାଜରର ଉପର ଚୋପା ଛଡ଼ାନ୍ତୁ। ପରେ ଗାଜରକୁ କଟରରେ ଛେଲି ଦିଅନ୍ତୁ ଓ ଏକ ପ୍ଲେଟରେ ରଖନ୍ତୁ।
Advertisment
ଏହାପରେ କଡ଼େଇରେ ଗାଈ ଘିଅ ଗରମ କରନ୍ତୁ। ସେଥିରେ କଟା ଯାଇଥିବା ଗାଜରକୁ ପକାଇ ଅଳ୍ପ ସମୟ ଭାଜନ୍ତୁ। ପରେ ସେଥିରେ କ୍ଷୀର ପକାନ୍ତୁ। କିଛି ସମୟ ପରେ ସେଥିରେ ଆବଶ୍ୟକ ଅନୁଯାୟୀ ଚିନି ପକାନ୍ତୁ। ଏହା ପରେ ଅଳ୍ପ ଲୁଣ ପକାନ୍ତୁ। ତାକୁ ଭଲ ଭାବରେ ଚଲାନ୍ତୁ। ଏହା ପରେ ଗୁଜରାତି ଗୁଣ୍ଡ ଓ କାଜୁ ପକାନ୍ତୁ ଏବଂ ଭଲଭାବରେ ଗୋଳାନ୍ତୁ। କିଛି ସମୟ ପରେ ତାକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗାଜର ହାଲୁଆ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
