Advertisment

ଶୀତୁଆ ସନ୍ଧ୍ୟାରେ ନିଅନ୍ତୁ ‘କୋବି ମଞ୍ଚୁରିଆନ୍‌’ର ମଜ୍ଜା, ଜାଣନ୍ତୁ ତିଆରି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ-ଫୁଲ କୋବି, ମଇଦା କନଫ୍ଲୋର ପାଉଡର, ଚିଲି ସସ୍‌, ଟମାଟୋ ସସ୍‌,ସୋୟା ସସ୍‌, ଲୁଣ, କଞ୍ଚା ଲଙ୍କା, ରସୁଣ କଟା ପିସ୍‌. ଅଦାର କଟ୍‌ ପିସ୍‌ ପ୍ରସ୍ତୁତି ପ୍ରଣାଳୀ–ଫୁଲକୋବିକୁ ପାଖୁଡ଼ା ପାଖୁଡା କରି କାଟି ଦିଅନ୍ତୁ। ଏହା ପରେ ତାକୁ ହଳଦୀ ପାଣିରେ ଧୋଇ ପ୍ଲେଟ୍‌ରେ ରଖନ୍ତୁ। ଏକ ଗିନାରେ କନଫ୍ଲୋର ପାଉଡର ଓ ଅଳ୍ପ ମଇଦା ଆଣନ୍ତୁ। ସେଥିରେ ଅଦା,ରସୁଣ ଓ ପିଆଜର ପେଷ୍ଟ ପକାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ।  ଲଙ୍କା, ଜିରା […]

ଶୀତୁଆ ସନ୍ଧ୍ୟାରେ ନିଅନ୍ତୁ ‘କୋବି ମଞ୍ଚୁରିଆନ୍‌’ର ମଜ୍ଜା, ଜାଣନ୍ତୁ ତିଆରି ପ୍ରଣାଳୀ

maxresdefault (1) copy

Advertisment

ଆବଶ୍ୟକ ସାମଗ୍ରୀ-ଫୁଲ କୋବି, ମଇଦା କନଫ୍ଲୋର ପାଉଡର, ଚିଲି ସସ୍‌, ଟମାଟୋ ସସ୍‌,ସୋୟା ସସ୍‌, ଲୁଣ, କଞ୍ଚା ଲଙ୍କା, ରସୁଣ କଟା ପିସ୍‌. ଅଦାର କଟ୍‌ ପିସ୍‌

Advertisment

ପ୍ରସ୍ତୁତି ପ୍ରଣାଳୀ–ଫୁଲକୋବିକୁ ପାଖୁଡ଼ା ପାଖୁଡା କରି କାଟି ଦିଅନ୍ତୁ। ଏହା ପରେ ତାକୁ ହଳଦୀ ପାଣିରେ ଧୋଇ ପ୍ଲେଟ୍‌ରେ ରଖନ୍ତୁ। ଏକ ଗିନାରେ କନଫ୍ଲୋର ପାଉଡର ଓ ଅଳ୍ପ ମଇଦା ଆଣନ୍ତୁ। ସେଥିରେ ଅଦା,ରସୁଣ ଓ ପିଆଜର ପେଷ୍ଟ ପକାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ।  ଲଙ୍କା, ଜିରା ଓ ଧନିଆ ପାଉଡର ପକାନ୍ତୁ। ଟମାଟୋ ସସ୍‌, ଚିଲି ସସ୍‌ ଓ ସୋୟା ସସ୍‌ ମଧ୍ୟ ପକାନ୍ତୁ। ପରେ ସେଥିରେ ଅଳ୍ପ ପାଣି  ଓ କଲର ପାଉଡର ପକାଇ ଭଲ ଭାବେ ଗୋଳାନ୍ତୁ। ଧ୍ୟାନ ଦେବେ ଏହି ମିଶ୍ରଣ ଯେପରି ପାଣିଆ ନ ହେବ। ପରେ ସେଥିରେ କିଛି ଚାଇନିଜ୍‌ ସଲ୍ଟ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହି ପେଷ୍ଟକୁ କିଛି ସମୟ ରଖି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। କନଫ୍ଲୋର ଗୋଳା ଫୁଲ କୋବି ପେଷ୍ଟକୁ ଛାଣନ୍ତୁ। ଲାଲ୍‌ ହୋଇଯିବା ପରେ ତାକୁ ଏକ ପ୍ଲେଟରେ କାଢ଼ି ଦିଅନ୍ତୁ।

ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଅଳ୍ପ ଗରମ ହୋଇଯିବା ପରେ ସେଥିରେ ଅଦା, ରସୁଣ କଟପିସ୍, କଞ୍ଚାଲଙ୍କା  ଓ ଶିମିଳା ଲଙ୍କା ପକାଇ ୧ମିନିଟ ଭାଜନ୍ତୁ । ସେଥିରେ ଟମାଟୋ ସସ୍, ଚିଲି ସସ୍‌, ସୋୟା ସସ୍‌ ଓ ସ୍ୱାଦ ଅନୁଯାୟୀ ଅଳ୍ପ ଲୁଣ ପକାନ୍ତୁ। ଏଥିରେ ମଞ୍ଚୁରିଆନ୍‌ ମସଲା ପକାନ୍ତୁ। ପରେ ଏଥିରେ ଅଳ୍ପ ପାଣି ଦିଅନ୍ତୁ। ମସଲା ଗାଢ଼ା ହୋଇଯିବା ପରେ ସେଥିରେ ଛଣାଯାଇଥିବା କୋବିକୁ ପକାଇ ଏକ ମିନିଟ ଯାଏଁ କଷନ୍ତୁ।  ଏବେ ପ୍ରସ୍ତୁତ ହୋଇଗଲା କୋବି ମଞ୍ଚୁରିଆନ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe