Advertisment

ଥଣ୍ଡା ଥଣ୍ଡା କୁଲ୍ କୁଲ୍: ଘରେ ତିଆରି କରି ଖାଆନ୍ତୁ ‘ଆଇସ୍‌କ୍ରିମ୍‌’

ଆଇସ୍‌କ୍ରିମ୍‌ ନାଁ ଶୁଣିଲେ ସମସ୍ତଙ୍କ ପାଟିରୁ ଲାଳ ଆସିଯାଏ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରନ୍ତି। ବଜାରରେ ମିଳୁଥିବା ଆଇସ୍‌କ୍ରିମ୍‌ ଆପଣ ଚାହିଁଲେ ଘରେ ତିଆରି କରି ଖାଇ ପାରିବା। ଏହାକୁ ତିଆରି କରିବା ଭାରି ସହଜ। ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବା ଆଇସକ୍ରିମ୍‌। ଆବଶ୍ୟକ ସାମଗ୍ରୀ –ଏକ ପ୍ୟାକେଟ୍ ଆଇସ୍‌କ୍ରିମ୍‌ ପାଉଡର, କାଜୁ,ଗୁଜୁରାତି, ପେସ୍ତା, ଏକ ପ୍ୟାକେଟ୍ ଖିର ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଖିରକୁ ଏକ ପାତ୍ରରେ ଗରମ କରନ୍ତୁ। […]

author-image
Rakesh Mallick
ଅଦ୍ୟତନ ହୋଇଛି
ଥଣ୍ଡା ଥଣ୍ଡା କୁଲ୍ କୁଲ୍: ଘରେ ତିଆରି କରି ଖାଆନ୍ତୁ ‘ଆଇସ୍‌କ୍ରିମ୍‌’

ice-cream_

ଆଇସ୍‌କ୍ରିମ୍‌ ନାଁ ଶୁଣିଲେ ସମସ୍ତଙ୍କ ପାଟିରୁ ଲାଳ ଆସିଯାଏ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରନ୍ତି। ବଜାରରେ ମିଳୁଥିବା ଆଇସ୍‌କ୍ରିମ୍‌ ଆପଣ ଚାହିଁଲେ ଘରେ ତିଆରି କରି ଖାଇ ପାରିବା। ଏହାକୁ ତିଆରି କରିବା ଭାରି ସହଜ। ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବା ଆଇସକ୍ରିମ୍‌।

Advertisment

ଆବଶ୍ୟକ ସାମଗ୍ରୀ –ଏକ ପ୍ୟାକେଟ୍ ଆଇସ୍‌କ୍ରିମ୍‌ ପାଉଡର, କାଜୁ,ଗୁଜୁରାତି, ପେସ୍ତା, ଏକ ପ୍ୟାକେଟ୍ ଖିର

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଖିରକୁ ଏକ ପାତ୍ରରେ ଗରମ କରନ୍ତୁ। ସେଥିରେ ପାଣି ମିଶାଇବେ ନାହିଁ। ଖିର ଗରମ ହୋଇଯିବା ପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ। ଏହାପରେ ସେଥିରେ କଟା ହୋଇଥିବା କାଜୁ ଓ ପେସ୍ତା ଖଣ୍ଡକୁ ପକାନ୍ତୁ। ଏହାକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ। ପରେ କ୍ଷୀରକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ସେଥିରେ ଆଇସକ୍ରିମ୍‌ ପାଉଡର ପକାଇ ଚଲାନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଫ୍ରିଜରରେ ରଖିଦିଅନ୍ତୁ। ଫ୍ରିଜ୍‌ର ଟେମ୍ପେଚରକୁ ବଢ଼ାଇ ଦିଅନ୍ତୁ। ୬ରୁ  ୭ ଘଣ୍ଟା ଫ୍ରିଜ୍‌ରେ ରଖନ୍ତୁ। ଏହାର ପରେ ତାକୁ ବାହାରକୁ କାଢ଼ି ଆଣିନ୍ତୁ। ପ୍ରସ୍ତୁତ ହୋଇ ଗଲା ଆଇସକ୍ରିମ୍‌।  ପରିବାର ଲୋକଙ୍କ ସହ ଆନନ୍ଦରେ ଖାଆନ୍ତୁ।

Advertisment

ଆହୁରି ମଧ୍ୟ ଜାଣନ୍ତୁ: ଚିକେନ୍‌ ତରକାରି ରାନ୍ଧିବାକୁ ଇଚ୍ଛା ଅଛି କି? ପଢ଼ନ୍ତୁ ତିଆରି କରିବାର ଉପାୟ