Advertisment

କଦଳୀ ପତ୍ର ପୋଡ଼ା ମଟନ

ଆବଶ୍ୟକ ସାମଗ୍ରୀ- ମଟନ, ଆଦା ରସୁଣ ଛେଚା,  କଟା କଞ୍ଚା ଲଙ୍କା, କଟା ଧଣିଆ ପତ୍ର, କଟା ପିଆଜ, ହଳଦୀ, ଲୁଣ, ଲଙ୍କାଗୁଣ୍ଡ, ସୁଖିଲା ଲଙ୍କା, ଡାଲଚିନି, ଅଳେଇଚ, ରିଫାଇନ ତେଲ। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଖାସି ମାଂସକୁ ଭଲଭାବେ ସଫା କରି ରଖନ୍ତୁ। ବର୍ତ୍ତମାନ  ଏକ ପାତ୍ରରେ ମଟନ, ଅଦା ରସୁଣ ଛେଚା, କଟା ପିଆଜ, ଧଣିଆ ପତ୍ର, କଞ୍ଚା ଲଙ୍କା, ସୁଖିଲା ଲଙ୍କା, ଡାଲଚିନି, ଗୁଜୁରାତି, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ ପକାଇ ଭଲ […]

author-image
Rakesh Mallick
କଦଳୀ ପତ୍ର ପୋଡ଼ା ମଟନ

food

ଆବଶ୍ୟକ ସାମଗ୍ରୀ- ମଟନ, ଆଦା ରସୁଣ ଛେଚା,  କଟା କଞ୍ଚା ଲଙ୍କା, କଟା ଧଣିଆ ପତ୍ର, କଟା ପିଆଜ, ହଳଦୀ, ଲୁଣ, ଲଙ୍କାଗୁଣ୍ଡ, ସୁଖିଲା ଲଙ୍କା, ଡାଲଚିନି, ଅଳେଇଚ, ରିଫାଇନ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଖାସି ମାଂସକୁ ଭଲଭାବେ ସଫା କରି ରଖନ୍ତୁ। ବର୍ତ୍ତମାନ  ଏକ ପାତ୍ରରେ ମଟନ, ଅଦା ରସୁଣ ଛେଚା, କଟା ପିଆଜ, ଧଣିଆ ପତ୍ର, କଞ୍ଚା ଲଙ୍କା, ସୁଖିଲା ଲଙ୍କା, ଡାଲଚିନି, ଗୁଜୁରାତି, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ଦୁଇ ଚାମଚ ରିଫାଇନ୍‌ ତେଲ ଦୁଇ ଚାମଚ ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ କଦଳୀ ପତ୍ରରେ ଗୁଡ଼େଇ ଦିଅନ୍ତୁ। ସୁରକ୍ଷା ପାଇଁ ଏହାକୁ ଖଲି ପତ୍ର ଦେଇ ଗୁଡ଼େଇ ଦିଅନ୍ତୁ। ବର୍ତ୍ତମାନ ଏହାକୁ ଏକ ଭିଜା ଅଖାରେ ଗୋଡ଼ାଇ କଦଳୀ ପଟୁଆରେ ଭଲ ଭାବେ ବାନ୍ଧି ଦିଅନ୍ତୁ। ଏବେ ଏହାକୁ ପୋଡ଼ିବାର ସମୟ। ଚୁଲି ଭିତରେ ବନ୍ଧା ହୋଇଥିବା ମାଂସକୁ ରଖନ୍ତୁ ଉପରେ କିଛି  ଅଙ୍ଗାର ପକାଇ ଦିଅନ୍ତୁ। ଉପରେ ଟିକେ ମାଟି ମଧ୍ୟ ପକାଇ ଦିଅନ୍ତୁ। ପାଖାପାଖି  ୫୦ ମିନିଟ ପରେ ପ୍ରସ୍ତୁତ ହୋଇଯିବ କଦଳୀ ପତ୍ର ପୋଡ଼ା ମଟନ।