Advertisment

ସୁଆଦିଆ ପାଳଙ୍ଗ ମାଂସ କଷା

ଆବଶ୍ୟକ ସାମଗ୍ରୀ: କୁକୁଡ଼ା ମାଂସ, ସୋରିଷ ତେଲ, ଚିନି, ଡାଲଚିନ. ତେଜପତ୍ର,  ଅଳେଇଚ, ଗ୍ରାମ ପିଆଜ. ଅଦା, ରସୁଣ ଓ ପିଆଜ ପେଷ୍ଟ, ଗରମ ମସଲା, ହଳଦୀ, ଲୁଣ, ଲଙ୍କା ଗୁଣ୍ଡ,  ପାଳଙ୍ଗ ଶାଗ ପେଷ୍ଟ, ପ୍ରସ୍ତୁତ ପ୍ରଣାଳୀ– ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇସାରିବା ପରେ ଅଳ୍ପ ଚିନି ପକାନ୍ତୁ। ଚିନିଟି ତେଲରେ ନାଲି ପଡ଼ି ଯିବା ପରେ ତେଜପତ୍ର,ଅଳେଇଚ ଗୁଣ୍ଡ ଓ ଡାଲଚିନ୍ ଖଣ୍ଡ ପକାନ୍ତୁ। ଏହା ଭାଜି ହେଲା […]

ସୁଆଦିଆ ପାଳଙ୍ଗ ମାଂସ କଷା

Food

Advertisment

ଆବଶ୍ୟକ ସାମଗ୍ରୀ: କୁକୁଡ଼ା ମାଂସ, ସୋରିଷ ତେଲ, ଚିନି, ଡାଲଚିନ. ତେଜପତ୍ର,  ଅଳେଇଚ, ଗ୍ରାମ ପିଆଜ. ଅଦା, ରସୁଣ ଓ ପିଆଜ ପେଷ୍ଟ, ଗରମ ମସଲା, ହଳଦୀ, ଲୁଣ, ଲଙ୍କା ଗୁଣ୍ଡ,  ପାଳଙ୍ଗ ଶାଗ ପେଷ୍ଟ,

Advertisment

ପ୍ରସ୍ତୁତ ପ୍ରଣାଳୀ- ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇସାରିବା ପରେ ଅଳ୍ପ ଚିନି ପକାନ୍ତୁ। ଚିନିଟି ତେଲରେ ନାଲି ପଡ଼ି ଯିବା ପରେ ତେଜପତ୍ର,ଅଳେଇଚ ଗୁଣ୍ଡ ଓ ଡାଲଚିନ୍ ଖଣ୍ଡ ପକାନ୍ତୁ। ଏହା ଭାଜି ହେଲା ପରେ କଟା ପିଆଜ ପକାନ୍ତୁ। ଏହା ନାଲି ହୋଇଯିବା ପରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାଇ କଷନ୍ତୁ। ପରେ ସେଥିରେ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲଙ୍କା ଗୁଣ୍ଡ ଓ ଲୁଣ ପକାନ୍ତୁ। ପରେ ହଳଦୀ, ତେଲ ଓ ଲୁଣ ଗୋଳାଇ ରଖିଥିବା କୁକୁଡ଼ା ମାଂସ ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ଢ଼ାଙ୍କି ଦିଅନ୍ତୁ। ପରେ ସେଥିରେ  ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ଏବେ ପୂର୍ବରୁ ପେଷ୍ଟ କରି ରଖିଥିବା ପାଳଙ୍ଗ ଶାଗ ପେଷ୍ଟକୁ ସେଥିରେ ପକାଇ ଢାଙ୍କି ଦିଅନ୍ତୁ। ପରେ ସେଥିରେ ଟିକିଏ ପାଣି ଦିଅନ୍ତୁ। କିଛି ସମୟ କଷନ୍ତୁ। ପ୍ରସ୍ତୁତ ହୋଇଗଲା ପାଳଙ୍ଗ ମାଂସ କଷା। ମନେ ରଖନ୍ତୁ  ପାଳଙ୍ଗ ମାଂସ କଷା ତିଆରି କଲାବେଳେ ଗ୍ୟାସ୍‌ ଆଞ୍ଚ ସିମ୍ ରଖିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe