Advertisment

ପ୍ରେସର କୁକରରେ ପ୍ରସ୍ତୁତ କରନ୍ତୁ ପୋଡ଼ପିଠା

ଆବଶ୍ୟକୀୟ ସାମଗ୍ରୀ: ବିରି, ଚାଉଳ, ଲୁଣ, ଚିନି, ତେଲ, କଟା ନଡ଼ିଆ, କୋରା ନଡ଼ିଆ, ଗୁଜୁରାତି ଗୁଣ୍ଡ, ଭଜା କାଜୁ, ଚିନି, ତେଲ ଓ ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସମାନ ମାପର ବିରି ଓ ଚାଉଳ ନେଇ ବାଟଣ ପ୍ରସ୍ତୁତ କରନ୍ତୁ। ଏହି ପିଠଉରେ ଅଳ୍ପ ଲୁଣ ଗୋଳାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହା ପରେ  ପିଠଉରେ କିଛି କଟା ନଡ଼ିଆ, ଗୋଲମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଏବଂଶେଷରେ କିଛି ଚିନି […]

author-image
Rakesh Mallick
ଅଦ୍ୟତନ ହୋଇଛି
ପ୍ରେସର କୁକରରେ ପ୍ରସ୍ତୁତ କରନ୍ତୁ ପୋଡ଼ପିଠା

poda pitha

ଆବଶ୍ୟକୀୟ ସାମଗ୍ରୀ: ବିରି, ଚାଉଳ, ଲୁଣ, ଚିନି, ତେଲ, କଟା ନଡ଼ିଆ, କୋରା ନଡ଼ିଆ, ଗୁଜୁରାତି ଗୁଣ୍ଡ, ଭଜା କାଜୁ, ଚିନି, ତେଲ ଓ ଗୋଲମରିଚ ଗୁଣ୍ଡ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସମାନ ମାପର ବିରି ଓ ଚାଉଳ ନେଇ ବାଟଣ ପ୍ରସ୍ତୁତ କରନ୍ତୁ। ଏହି ପିଠଉରେ ଅଳ୍ପ ଲୁଣ ଗୋଳାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହା ପରେ  ପିଠଉରେ କିଛି କଟା ନଡ଼ିଆ, ଗୋଲମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଏବଂଶେଷରେ କିଛି ଚିନି ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ।

ପ୍ରେସର କୁକରରେ କିଛି ତେଲ ଢାଳି ସେଥିରେ ପିଠଉକୁ ପକାଇ ଦିଅନ୍ତୁ। ଏହା ଉପରେ କିଛି ଭଜା କାଜୁ ଓ କୋରା ନଡ଼ିଆ ତା’ ଉପରେ ପକାଇ ଦିଅନ୍ତୁ।  ଏବେ ପ୍ରେସର କୁକରରେ ଢାଙ୍କୁଣି ବନ୍ଦ କରି ଦିଅନ୍ତୁ, କିନ୍ତୁ ସେଥିରେ ହୁଇସିଲ ଲଗାନ୍ତୁ ନାହିଁ। ଏହାକୁ ଗ୍ୟାସ୍‌ରେ କମ୍‌ ଆଞ୍ଚରେ ବସାଇ ଦିଅନ୍ତୁ। ୧୫ରୁ୨୦ ମିନିଟ୍‌ ପରେ ପ୍ରେସର କୁକରକୁ ଓହ୍ଲାଇ ଦିଅନ୍ତୁ। ଥଣ୍ଡା ହେବା ପରେ ପ୍ରେସର କୁକରର ଢାଙ୍କୁଣି କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ପ୍ରେସର କୁକର ପିଠା। ଏହାକୁ କାଢ଼ି ପ୍ଲେଟ୍‌ରେ ରଖନ୍ତୁ ଓ ଛୁରୀରେ ଖଣ୍ଡ ଖଣ୍ଡ କରି କାଟି ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ।

Advertisment