/odisha-reporter/media/post_attachments/uploads/2018/03/maxresdefault-copy.jpg)
food
ଆବଶ୍ୟକ ସାମଗ୍ରୀ: ପୋଟଳ, ପନିର୍, ସିଝା ଆଳୁ, କଟା ପିଆଜ, ତେଲ, କର୍ଣ୍ଣଫ୍ଲୋର, ଅଧାବଟା ପିଆଜ, ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ଗରମ ମସଲା, ଲୁଣ, ପାଣି, କାଜୁ ବଟା, କଟା ଟମାଟୋ, ଧନିଆ ପତ୍ର, ପୁଦିନା ପତ୍ର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନିର ଓ ସିଝା ଆଳୁକୁ ପିଆଜ ଦେଇ କଷି ରଖନ୍ତୁ। ପୋଟଳକୁ ମଝିରୁ କାଟି ସେଥିରେ ପ୍ରସ୍ତୁତ ହୋଇ ରଖିଥିବା କଷା ପୁର ଦିଅନ୍ତୁ। ଏହାପରେ କଡ଼େଇରେ ରିଫାଇନ୍ ତେଲ ଗରମ କରନ୍ତୁ। ସ୍ଟଫିଂ ଦିଆ ହୋଇ ରଖିଥିବା ପୋଟଳକୁ କର୍ଣ୍ଣଫ୍ଲୋରରେ ଗୋଳାଇ ତେଲରେ ଛାଣି ଦିଅନ୍ତୁ। ପୋଟଳ ବାଦାମୀ ରଙ୍ଗର ହୋଇଯିବା ପରେ ପ୍ଲେଟ୍ରେ କାଢି ଆଣନ୍ତୁ।
ଅନ୍ୟ ଏକ କଡ଼େଇରେ ତେଲ ଗରମ କରି ଅଧା ବଟା ପିଆଜ, ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ଗରମ ମସଲା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ସେଥିରେ ଅଳ୍ପ ପାଣି ଦେଇ ଭଲ ଭାବେ କଷନ୍ତୁ। ମସଲାରେ କାଜୁ ବଟା ପକାଇ ପୁଣି କଷନ୍ତୁ। ଏବେ ଏକ ପ୍ଲେଟ୍ରେ ଛଣା ହୋଇ ରକିଥିବା ପୋଟଳକୁ ରଖି ପ୍ରସ୍ତୁତ ହୋଇ ରଖିଥିବା ମସଲାକୁ ପୋଟଳ ଉପରେ ପକାଇ ଦିଅନ୍ତୁ। ଧନିଆ ପତ୍ର ଓ ପୁଦିନା ପତ୍ରଦେଇ ଗାର୍ନିସିଂ କରନ୍ତୁ। ଗରମ ଗରମ ପରଷି ଦିଅନ୍ତୁ ପୋଟଳ ପନିର ଦୁଲ୍ମା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
