Advertisment

ଆସ କିଏ ଖାଇବ ହୋ... ଘରେ ତିଆରି ସ୍ୱାଦିଷ୍ଟ ରସଗୋଲା

ରସଗୋଲା ଆମର ଗର୍ବ। ଏହା ଓଡ଼ିଶାରୁ ହିଁ ସୃଷ୍ଟି। ଓଡ଼ିଶାର ଇଷ୍ଟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ରସଗୋଲା ପୂଜା ହୋଇଥାଏ। ରସଗୋଲା କଥା ଶୁଣିଲେ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ। ଏହାକୁ ପାଟିରେ ପକାଇ ଦେଲେ ମନ ଭରି ଯାଇଥାଏ। ସାଧାରଣତଃ ଲୋକେ ରସଗୋଲାକୁ ବଜାରରୁ କିଣି ଖାଇଥାନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ରସଗୋଲା ଦୋକାନ ରହିଛି। ଯେପରି କଟକ ଓ ଭୁବନେଶ୍ୱର ମଝିରେ ଥିବା ପାହାଳ । ତେବେ ଘରେ ବି […]

author-image
Rakesh Mallick
ଅଦ୍ୟତନ ହୋଇଛି
ରସଗୋଲାର ଜିଆଇ ମାନ୍ୟତା ପାଇଁ ଚେନ୍ନାଇ ଗଲା ଜଗନ୍ନାଥ ସେନା

rasgullas

ରସଗୋଲା ଆମର ଗର୍ବ। ଏହା ଓଡ଼ିଶାରୁ ହିଁ ସୃଷ୍ଟି। ଓଡ଼ିଶାର ଇଷ୍ଟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ରସଗୋଲା ପୂଜା ହୋଇଥାଏ। ରସଗୋଲା କଥା ଶୁଣିଲେ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ। ଏହାକୁ ପାଟିରେ ପକାଇ ଦେଲେ ମନ ଭରି ଯାଇଥାଏ। ସାଧାରଣତଃ ଲୋକେ ରସଗୋଲାକୁ ବଜାରରୁ କିଣି ଖାଇଥାନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ରସଗୋଲା ଦୋକାନ ରହିଛି। ଯେପରି କଟକ ଓ ଭୁବନେଶ୍ୱର ମଝିରେ ଥିବା ପାହାଳ । ତେବେ ଘରେ ବି ଆପଣ ରସଗୋଲା ତିଆରି କରି ପାରିବେ। ଏଥିପାଇଁ ବେଶି ପରିଶ୍ରମ କରିବାକୁ ପଡିବ ନାହିଁ।

Advertisment

ଆବଶ୍ୟକ ସାମଗ୍ରୀ- ସଜ ଛେନା, ସୁଜି, ଅଳେଇଚ, ଚିନି, ପାଣି, ଖାଇବା ସୋଢ଼ା, ଗୁଜରାତି ଗୁଣ୍ଡ

publive-imageପ୍ରସ୍ତୁତି ପ୍ରଳାଣୀ- ବଜାରରୁ କିଛି  ସଜ ଛେନା ଆଣନ୍ତୁ। ସେଥିରୁ ପାଣିକୁ ଭଲ ଭାବରେ ଚିପୁଡ଼ି ବାହାର କରି ଦିଅନ୍ତୁ। ଏହାକୁ ଭଲ ଭାବରେ ଚକଟନ୍ତୁ। ପରେ ସେଥିରେ ଗୁଜରାତି ଗୁଣ୍ଡ ପକାଇ ଗୋଲାଇ ଦିଅନ୍ତୁ। ଏହା ପରେ ଅଳ୍ପ କିଛି ଖାଇବା ସୋଢ଼ା ପକାନ୍ତୁ। ସେଥିରେ ଅଳ୍ପ ସୁଜି ପକାଇ ଗୋଳାନ୍ତୁ। ପରେ ସେଥିରେ ଅଳେଇଚ ଗୁଣ୍ଡ ପକାନ୍ତୁ। ତାକୁ ଭଲ ଭାବରେ ଚକଟି କିଛି ସମୟ ରଖିଦିଅନ୍ତୁ। ପରେ ଚକଟା ଛେନାକୁ ରସଗୋଲା  ପରି ଗୋଲ ଗୋଲ କରନ୍ତୁ। ଏହାକୁ ଏକ  ପ୍ଲେଟରେ ରଖନ୍ତୁ।

Advertisment

ଏହାପରେ ଶିରା ପ୍ରସ୍ତୁତ କରିବାକୁ ବ୍ୟବସ୍ଥା କରନ୍ତୁ। ଏକ କଡ଼େଇରେ ପାଣି ଗରମ କରି ସେଥିରେ ଚିନି ପକାନ୍ତୁ। କିଛି ସମୟ ତାକୁ ଗୋଳେଇ ଗୋଳେଇ ଶିରା ପ୍ରସ୍ତୁତ କରନ୍ତୁ। ଶିରା ପ୍ରସ୍ତୁତ ହେଲା ପରେ ସେଥିରେ ଗୁଜରାତି ଗୁଣ୍ଡ ପକାନ୍ତୁ। ଶିରା ଯେପରି ଟିକେ ବହଳିଆ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଶିରା ଥଣ୍ଡା ହେଲା ପରେ ସେଥିରେ ପ୍ଲେଟରେ ରଖିଥିବା ରସଗୋଲାକୁ ପକାନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଏହାକୁ ଶିରାରେ ବୁଡ଼ି ରହିବାକୁ ଦିଅନ୍ତୁ। ତାପରେ ତାକୁ ପ୍ଲେଟ୍‌କୁ କାଢ଼ି ଆଣି ଥଣ୍ଡା କରି ଖାଇବାକୁ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ରସଗୋଲା।