Advertisment

ସ୍ଵାଦିଷ୍ଟ ରସମଲେଇ: ଦେଖିବାକୁ ଯେମିତି, ଖାଇବାକୁ ସେମିତି

ଆବଶ୍ୟକାୟ ସାମଗ୍ରୀ: କ୍ଷୀର (ଛେନା ବନେଇବା ପାଇଁ), ଲେମ୍ବୁ କିମ୍ବା ଭିନିଗାର, ଚିନି, କ୍ଷୀର (ରସମଲେଇ କ୍ଷୀରା ପାଇଁ), କେଶର, କାଜୁ, ପିସ୍ତା, ଅଳେଇଚ। ଛେନା ପ୍ରସ୍ତୁକ ପ୍ରଣାଳୀ: ଛେନା ତିଆରି କରିବା ପାଇଁ କ୍ଷୀରକୁ ଏକ ଗହିରିଆ ପାତ୍ରରେ ରଖି ଗରମ କରନ୍ତୁ। କ୍ଷୀର ଫୁଟିବା ପରେ ଗ୍ୟାସରୁ କ୍ଷୀରକୁ ଓହ୍ଲେଇ ଦିଅନ୍ତୁ। କ୍ଷୀରରେ ଟିକେ ଲେମ୍ବୁ କିମ୍ବା ଭିନିଗାର ପକାଇ ଚାମଚରେ ଗୋଳାନ୍ତୁ। କ୍ଷୀର ସଂପୂର୍ଣ୍ଣ ଫାଟିଯାଇ ପରେ କ୍ଷୀରପାଣି ଓ ଛେନା ଅଲଗା […]

author-image
Rakesh Mallick
ଅଦ୍ୟତନ ହୋଇଛି
ସ୍ଵାଦିଷ୍ଟ ରସମଲେଇ: ଦେଖିବାକୁ ଯେମିତି, ଖାଇବାକୁ ସେମିତି

Delicious-RASMALAI

ଆବଶ୍ୟକାୟ ସାମଗ୍ରୀ: କ୍ଷୀର (ଛେନା ବନେଇବା ପାଇଁ), ଲେମ୍ବୁ କିମ୍ବା ଭିନିଗାର, ଚିନି, କ୍ଷୀର (ରସମଲେଇ କ୍ଷୀରା ପାଇଁ), କେଶର, କାଜୁ, ପିସ୍ତା, ଅଳେଇଚ।

Advertisment

publive-imageଛେନା ପ୍ରସ୍ତୁକ ପ୍ରଣାଳୀ: ଛେନା ତିଆରି କରିବା ପାଇଁ କ୍ଷୀରକୁ ଏକ ଗହିରିଆ ପାତ୍ରରେ ରଖି ଗରମ କରନ୍ତୁ। କ୍ଷୀର ଫୁଟିବା ପରେ ଗ୍ୟାସରୁ କ୍ଷୀରକୁ ଓହ୍ଲେଇ ଦିଅନ୍ତୁ। କ୍ଷୀରରେ ଟିକେ ଲେମ୍ବୁ କିମ୍ବା ଭିନିଗାର ପକାଇ ଚାମଚରେ ଗୋଳାନ୍ତୁ। କ୍ଷୀର ସଂପୂର୍ଣ୍ଣ ଫାଟିଯାଇ ପରେ କ୍ଷୀରପାଣି ଓ ଛେନା ଅଲଗା ଦେଖା ଗଲେ ଲେମ୍ବୁ ପକାଇବା ବନ୍ଦ କରିଦେବେ। ଛେନାକୁ ଏକ ସଫା କପଡ଼ାରେ ଛାଣି ଥଣ୍ଡା ପାଣିରେ ଧୋଇଦିଅନ୍ତୁ ଯାହାଫଳରେ କି ଲେମ୍ବୁର ସ୍ଵାଦ ଛେନାରେ ରହିବନାହିଁ।

ଆହୁରି ମଧ୍ୟ ପଢନ୍ତୁ: ଖାଆନ୍ତୁ ଖୁଆନ୍ତୁ ସୁଆଦିଆ ‘ଜହ୍ନିଚୋପା ଚଟଣି’

publive-imageରସମଲେଇ ପ୍ରସ୍ତୁତ ପ୍ରଣାଳୀ: ପ୍ରସ୍ତୁତ ହୋଇଥିବା ଛେନା ଏକ ଥାଳିରେ କାଢି ଦିଅନ୍ତୁ। ଏହାକୁ ଅଟା ଭଳି ନରମ ହେବା ପର୍ଯ୍ୟନ୍ତ ପେସନ୍ତୁ। ଏହାକୁ ସମାନ ଆକାରର ଗୋଲ ଗୋଲ କରି ପ୍ଲେଟରେ ରଖନ୍ତୁ। ଏକ ପାତ୍ରରେ ଆବଶ୍ୟକ ଚିନି ଓ ପାଣି ମିସାଇ ଗ୍ୟାସ୍‌ରେ ବସାନ୍ତୁ। ଟିକେ ଜୋରେ ଗ୍ୟାସ ଦେଇ ଫୁଟାନ୍ତୁ। ଚିନିସିରା ଫୁଟିବା ପରେ ଏଥିରେ ଗୋଲ ହୋଇଥିବା ଛେନାକୁ ପକାନ୍ତୁ। ଏହାକୁ ୧୮ରୁ ୨୦ ମିନିଟ ଧରି ସିଝିବାକୁ ଦିଅନ୍ତୁ। ଏହା ପ୍ରସ୍ତୁତ ହେବା ପରେ ଥଣ୍ଡା କରିବାକୁ ଛାଡ଼ି ଦିଅନ୍ତୁ।

Advertisment

publive-imageରସମଲେଇ ପାଇଁ କ୍ଷୀରା ପ୍ରସ୍ତୁତ: କ୍ଷୀରକୁ ବହଳ କରିବା ପାଇଁ ଗ୍ୟାସରେ ଟିକେ ଅଧିକ ସମୟ ପର୍ଯ୍ୟନ୍ତ ରଖନ୍ତୁ। ଫୁଟିବା ସମୟରେ ମଝିରେ ମଝିରେ ତାକୁ ଚାମଚରେ ଗଳାଉଥିବେ। ତାପରେ କ୍ଷୀରରେ କେଶରେ ପକେଇବେ। ଯେବେ କ୍ଷୀରର ପରିମାଣ ଅଧା ହୋଇ ସିଝି ଯିବାପରେ ଗ୍ୟାସ ବନ୍ଦ କରି ଏଥିରେ ଚିନି ଓ ଅଳେଇଚ ମିଶାଇ ଦିଅନ୍ତୁ। ପରେ କାଜୁ ଓ ପିସ୍ତା ପକାନ୍ତୁ। ଏହାପରେ ଛେନା ଚିନି ପାଣିରୁ ବାହାର କରି ପ୍ରସ୍ତୁତ ହୋଇଥିବା ଏହି କ୍ଷୀରରେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ଵାଦିଷ୍ଟ ରସମଲେଇ।

ଓଡିଶା ରିପୋଟର ସ୍ପେସିଆଲ: ମାଛ ସହ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ବିଗିଡ଼ି ଯାଇପାରେ ଆପଣଙ୍କ ସ୍ଵାସ୍ଥ୍ୟ