satapuri
ଆବଶ୍ୟକ ସାମଗ୍ରୀ: ମଇଦା, ତେଲ, ପାଣି, ଲୁଣ, ନଡ଼ିଆ, ଛେନା,ଗୁଡ, ଗୁଜୁରାତି ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ସୁଜି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦାରେ ତେଲ, ଲୁଣ ଓ ପାଣି ଦେଇ ଚକଟି ଦିଅନ୍ତୁ। ଏହି ଚକଟାରୁ ପୁରୀ ବେଲନ୍ତୁ। ନଡ଼ିଆ ଛେନା ଓ ଗୁଡକୁ ଚକଟି ସେଥିରେ ଗୁଜୁରାତି ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ ପୁର ପ୍ରସ୍ତୁତ କରନ୍ତୁ। ଏହାପରେ ସୁଜିକୁ ଗୁଆ ଘିଅରେ ଭାଜି ଚିନି ଓ କ୍ଷୀର ପକାଇ ଅନ୍ୟ ଏକ ପୁର ପ୍ରସ୍ତୁତ କରନ୍ତୁ। କିଛି ବୁନ୍ଦି ପୁର ଓ ଛେନାର ପୁର କରି ରଖନ୍ତୁ।
ଏହାପରେ ପୁରୀ ବେଲନ୍ତୁ ଏହା ଉପରେ ଦିଅନ୍ତୁ ନଡ଼ିଆ ପୁର। ନଡ଼ିଆ ପୁର ଉପରେ ଆଉ ଗୋଟିଏ ପୁରୀ ରଖି ସେଥିରେ ସୁଜି ପୁର ପକାନ୍ତୁ। ତା ଉପରେ ଆଉ ଗୋଟିଏ ପୁରୀ ରଖି ସେଥିରେ ବୁନ୍ଦି ପୁର ପକାନ୍ତୁ। ତା ଉପରେ ଅନ୍ୟ ଏକ ପୁରୀ ଦେଇ ଛେନା ପୁର ଦେଇ ଚାରିପାଖ ମୋଡି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସାତ ପୁରୀକୁ ଛାଣିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ସାତପୁରୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/03/satapuri.jpg)