Advertisment

ସ୍ୱତନ୍ତ୍ର ପଟୁଆରରେ ମେଲାଣି ନେଉଛନ୍ତି ମା’ ଜଗତଜନନୀ

ଭୁବନେଶ୍ୱର/କଟକ (ଓଡ଼ିଶା ରିପୋର୍ଟର): ଦୁର୍ଗାପୂଜା ସରିବା ପରେ ଆଜି ମା’ଙ୍କୁ ଦିଆଯାଉଛି ମେଲାଣି। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା। ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଦଶମୀ ପୂଜା ସରିବା ପରେ ବିସର୍ଜନ କରାଯାଇଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାହ୍ନରୁ ଭସାଣ ଚାଲିଛି। ଟୁଇନ୍‌ସିଟିରେ ମା’ଙ୍କ ଭସାଣି ଦେଖିବାକୁ ବେଶ ଗହଳି ଲାଗିଛି। ରୋଷଣି ସହ ଡିଜେ ଡ୍ରାନ୍ସରେ ଝୁମୁଛନ୍ତି ଶ୍ରଦ୍ଧାଳୁ।

ତେବେ ଗତ ରାତିରୁ କଟକର କେତେକ ପୂଜା ମଣ୍ଡପରେ ବିସର୍ଜନ କରାଯାଇଛି। ଭୁବନେଶ୍ୱରରେ ୪ଟି ସ୍ଥାନରେ ଭସାଣ କମିଟି ରହିଛି। ପୁରୁଣା ଭୁବନେଶ୍ୱର ଭସାଣୀ କମିଟି ଦିନବେଳେ ବିସର୍ଜନ କରିଛନ୍ତି। ସହିଦନଗର, ନୟାପଲ୍ଲୀ ଓ ଉତ୍ତର ଭୁବନେଶ୍ୱର ଭସାଣ କମିଟି ପକ୍ଷରୁ ଭସାଣି ଉତ୍ସବ ଚାଲିଛି। ବାଜା ବାଣ ସହ ସ୍ୱତନ୍ତ୍ର ପଟୁଆରରେ ମା’ଙ୍କୁ ବିଦାୟ ଦିଆଯାଉଛି। ଏଥିପାଇଁ ଟୁଇନସିଟିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମା’ଙ୍କ ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରବଳ ଜନସମାଗମ ହୋଇଛି।

https://www.youtube.com/watch?v=cER5AKSd78I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe