Advertisment

କମୁଛି ଜଳସ୍ତର: ତଥାପି ଟଳିନି ବନ୍ୟା ଆଶଙ୍କା

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଯାହା ବନ୍ୟା ଅଶଙ୍କା ସୃଷ୍ଟି କରିଥିଲା। କିଛି ଘଣ୍ଟା ହେବ ବର୍ଷା କମିଥିବାରୁ ଏବେ ଜଳସ୍ତର କିଛିଟା ହ୍ରାସ ପାଇଛି। ଏହା ସତ୍ତ୍ୱେ ବନ୍ୟା ଅଶଙ୍କା ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ବାରିପଦାରେ ବୁଢାବଳଙ୍ଗ ନଦୀର ଜଳସ୍ତର ଏବେ ୨୭.୦୨ ମିଟରରେ ପ୍ରବାହିତ ହେଉଛି। ବର୍ଷା କମିଥିବାରୁ ଏବେ ଏହି ଅଞ୍ଚଳରେ ପରିସ୍ଥିତିରେ ସୁଧାର ଆସିଛି। ବଡ଼ସାହି ବ୍ଲକର ଜଟିଗାଁ ଓ ଉଦଳା ବ୍ଲକରେ ଲଟି ଗାଁ ଏବେ ବି ପାଣି ଘେରରେ ରହିଛି । ପୀଡ଼ିତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।<a href="">(image) </a>

ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ଜଳକା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। କିନ୍ତୁ ସୁବର୍ଣ୍ଣରେଖା ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ଭୋଗରାଇ ବ୍ଲକର ସୋହରିଆ ପଞ୍ଚାୟତ ଝାଡ଼ସିମୁଳିଆ ଗାଁରେ ଥିବା ୪ଟି ପରିବାରକୁ ଗତକାଲି ରାତିରେ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ପାଣିରେ ଏବେ ବି ଝାଡ଼ସିମୁଳିଆ ଗାଁ ଜଳମଗ୍ନ ରହିଛି।

ମୟୁରଭଞ୍ଜ ଜିଲ୍ଲାର ଦେଉନଦୀର ଜଳ ଉଦଳା ଅଦାପାଳ ପୋଲ ଉପରେ ପ୍ରବାହିତ ହେଉଛି। ପ୍ରାୟ ୩ଫୁଟ ଉଚ୍ଚତାରେ ପୋଲ ଉପରେ ପାଣି ଚାଲିଥିବାରୁ ଉଦଳା-ବାରିପଦା ମୁଖ୍ୟରାସ୍ତାରେ ଗାଡ଼ ଚଳାଚଳ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe