Advertisment

ଭେଣ୍ଟିଲେଟରରେ ଜଗା-କାଳିଆ: ଏବେବି ବିପଦ ଟଳିନି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିତ ଅଛି। ଏବେ ଦୁଇ ଭାଇ ଭେଣ୍ଟିଲେଟରରେ ଅଛନ୍ତି। ସେମାନଙ୍କ ଉପରୁ ବିପଦ ଟଳି ନାହିଁ। ସେମାନଙ୍କ ଉପରେ ତୀକ୍ଷୀଣ ନଜର ରହିଛନ୍ତି ଡାକ୍ତର। ରାଜ୍ୟ ସରକାର ଏମ୍ସର ଡାକ୍ତରୀଙ୍କଠାରୁ ଟିକନିଖ ପଚାରି ବୁଝୁଛନ୍ତି। ଅନ୍ୟପକ୍ଷରେ ଜଗା-କାଳିଆଙ୍କ ଆରୋଗ୍ୟ କାମନା କରି ରାଜ୍ୟବ୍ୟାପୀ ପୂଜାର୍ଚ୍ଚନା ଚାଲିଛି।

୧୮ ଘଣ୍ଟାର ଅପରେସନ୍‌ ପରେ ଅଲଗା ହେଲେ ଜଗା-କାଳିଆ। ଜନ୍ମ ପରେ ପ୍ରଥମ ଥର ପାଇଁ ଅଲଗା ଅଲଗା ବେଡ୍‌ରେ ଶୋଇଛନ୍ତି ଦୁଇ ଭାଇ। ଉଭୟଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ନିଶ୍ଚେତକ ମାତ୍ରା କମିବା ପରେ ସେମାନଙ୍କ ଶରୀର, ପରବର୍ତ୍ତୀ ଚିକିତ୍ସାକୁ କେମିତି ଗ୍ରହଣ କରୁଛି, ତା ଉପରେ ନନଷ୍ଟପ୍ ନଜର ରଖିଛନ୍ତି ଡାକ୍ତରୀ ଟିମ୍।

ଏମ୍‌ସ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଗିରିଜା ରଥ କହିଛନ୍ତି-“ସେମାନଙ୍କର ଲମ୍ୱା ଅପରେସନ୍‌ ହୋଇଛି। ଏହା ଭିତରେ ବହୁ ରକ୍ତ ମଧ୍ୟ ଯାଇଛି। ପିଲାମାନଙ୍କର ଇଲେକ୍ଟ୍ରୋରାଲ୍‌ ଇନ୍‌ବେଲେନ୍ସ ମଧ୍ୟ ହୁଏ। ଏହି ସବୁକୁ ଆମେ ମେନେଜ କରୁଛୁ। ଏହାଛଡ଼ ଅପରେସନ୍‌ ପରେ ନୂଆ ନୂଆ ସମସ୍ୟା ମଧ୍ୟ ଆସୁଛି। ତାକୁ ଆମକୁ ସମ୍ମୁଖୀନ ହେବାକୁ ପଡ଼ୁଛି। ଦୁଇ ଭାଇଙ୍କ ଶରୀର ଅଲଗା ଥିଲେ ମଧ୍ୟ ମୁଣ୍ଡ ଗୋଟିଏ ଥିଲା। ଅପରେସନ୍‌ ପରେ  ଦୁଇ ଭାଇ ସମ୍ପୂର୍ଣ୍ଣ ଅଲଗା ହୋଇଛନ୍ତି।”

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି-“ଜଗା-ବାଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି। ଭଲ ହେବା ପାଇଁ ମାସେରୁ ଅଧିକ ସମୟ ନେବ। ସେଥିପାଇଁ ଯାହା ଚିକିତ୍ସା ଆବଶ୍ୟକ ଏମ୍ସ ତରଫରୁ କରାଯାଉଛି।”

<span style="color: #ff0000;">ଜଗା-କାଳିଆଙ୍କୁ ଝୁରୁଛି ଗାଁ</span>

ଜଗା-କାଳିଆଙ୍କୁ ଝୁରୁଛି ଗାଁ କନ୍ଧମାଳ ମିଲୁପଡ଼ା। ସେମାନଙ୍କ ବ୍ୟୁହନେ ଖାଁ ଖାଁ ଲାଗୁଛି ଘର। ସାନ ଦୁଇ ଭାଇଙ୍କ ଫେରିବା ରାସ୍ତାକୁ ଅନାଇ ବସିଛନ୍ତି ବଡ଼ ଭାଇ ସତ୍ୟ ଓ ଜେଜେ ମାଆ। ଜଗା-କାଳିଆଙ୍କ ସାଙ୍ଗ ମଧ୍ୟ ଫେରିବା ରାସ୍ତାକୁ ଅନାଇ ବସିଛନ୍ତି। ଏପରି ସେମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ଭଗବାନଙ୍କଠାରେ ପ୍ରାର୍ଥନା କରୁଛି।

ଜଗା-କାଳିଆ ଶୀଘ୍ର ସୁସ୍ଥ ହୋଇ ଯଆନ୍ତୁ। ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରାର୍ଥନା କରାଯାଉଛି। ବାଲେଶ୍ୱରର ଜଗନ୍ନାଥ ଜଣାଣ ବୋଲି ଜଗା-କାଳିଆଙ୍କ ଆଶୁ ଆରୋଗ୍ୟ କାମନା ଚାଲିଛି।

author-image
Ordigital Desk