Advertisment

ଦଳୀୟ ବିଧାୟକ ଓ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ସୋସିଆଲ୍ ମିଡିଆରେ ଆକ୍ଟିଭ୍ ହୁଅ

ଭୁବନେଶ୍ୱର: ଟେକ୍ନୋସାଭି ହୁଅ। ଫେସ୍‌ବୁକ୍‌, ହ୍ୱାଟ୍‌ସ୍‌ଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ୱେବ୍‌ସାଇଟ୍ ମାଧ୍ୟମରେ ଲୋକଙ୍କ ସହିତ ଯୋଗସୂତ୍ର ସ୍ଥାପନ କର। ଯେଉଁମାନଙ୍କର ଫେସ୍‌ବୁକ୍ ଆଦିରେ ଏକାଉଣ୍ଟ୍ ନାହିଁ, ସେମାନେ ଏକାଉଣ୍ଟ୍ ଖୋଲନ୍ତୁ। ରବିବାର ଭୁବନେଶ୍ୱର ସ୍ଥିତ ପାନ୍ଥନିବାସରେ ଆୟୋଜିତ ଏକ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଧାୟକ ଓ ସାଂସଦମାନଙ୍କୁ ପଢ଼ାଇଛନ୍ତି ଏହି ପାଠ।  ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ସୋସିଆଲ୍ ମିଡିଆ ସହିତ ସହଜ ହେବା ଓ ଏହାର ବହୁଳମାତ୍ରାରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଏହି କର୍ମଶାଳା […]

ଅଦ୍ୟତନ ହୋଇଛି
ଦଳୀୟ ବିଧାୟକ ଓ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ସୋସିଆଲ୍ ମିଡିଆରେ ଆକ୍ଟିଭ୍ ହୁଅ

navina-socila-media

Advertisment

ଭୁବନେଶ୍ୱର: ଟେକ୍ନୋସାଭି ହୁଅ। ଫେସ୍‌ବୁକ୍‌, ହ୍ୱାଟ୍‌ସ୍‌ଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ୱେବ୍‌ସାଇଟ୍ ମାଧ୍ୟମରେ ଲୋକଙ୍କ ସହିତ ଯୋଗସୂତ୍ର ସ୍ଥାପନ କର। ଯେଉଁମାନଙ୍କର ଫେସ୍‌ବୁକ୍ ଆଦିରେ ଏକାଉଣ୍ଟ୍ ନାହିଁ, ସେମାନେ ଏକାଉଣ୍ଟ୍ ଖୋଲନ୍ତୁ। ରବିବାର ଭୁବନେଶ୍ୱର ସ୍ଥିତ ପାନ୍ଥନିବାସରେ ଆୟୋଜିତ ଏକ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଧାୟକ ଓ ସାଂସଦମାନଙ୍କୁ ପଢ଼ାଇଛନ୍ତି ଏହି ପାଠ।  ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ସୋସିଆଲ୍ ମିଡିଆ ସହିତ ସହଜ ହେବା ଓ ଏହାର ବହୁଳମାତ୍ରାରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କର୍ମଶାଳାରେ ଅଧ୍ୟକ୍ଷତା କରି  ସୋସିଆଲ୍ ମିଡିଆ ମାଧ୍ୟମରେ ସମର୍ଥକ, କର୍ମୀଙ୍କ ସମେତ ସାଧାରଣ ଲୋକଙ୍କ ସହିତ ସମ୍ପର୍କକୁ ଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ସୋସିଆଲ୍ ମିଡିଆ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ଲୋକଙ୍କୁ ସୂଚନା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦଳୀୟ ନେତାମାନଙ୍କୁ କହିଥିଲେ। ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଙ୍କ ସହିତ ଭାବର ଆଦାନପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ।

କର୍ମଶାଳା ପରେ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ କହିଥିଲେ,“ସୋସିଆଲ୍ ମିଡିଆର ବହୁଳ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ଓ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଲୋକଙ୍କ ନିକଟତର ହେବାର ଏହା ହେଉଛି ସର୍ବୋତ୍ତମ ମାଧ୍ୟମ। ଏହା ଦ୍ୱାରା ଦଳୀୟ ନେତାମାନେ ଲୋକଙ୍କ ସମସ୍ୟା ସଂପର୍କରେ ଜାଣିପାରିବେ। ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ପରାମର୍ଶ ନେଇ ପାରିବେ। ଆଉ ଏହି ସମସ୍ୟା ଓ ପରାମର୍ଶଗୁଡ଼ିକ ସଂପର୍କରେ ଦଳୀୟ ନେତାମାନେ ମୁଖ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌କୁ ଅବଗତ କରାଇପାରିବେ।”

Advertisment

ସେହିଭଳି ନିର୍ମାଣ ଶ୍ରମିକ ପଞ୍ଜିକରଣ ଓ ସହାୟତା ବଣ୍ଟନ ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଥିଲା। ଆସନ୍ତା ୬ମାସ ମଧ୍ୟରେ ୧୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ କରାଇବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ  ସୂଚନା ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe