Advertisment

ନବୀନ ଚାଉଳ ବନାମ ମୋଦି ଚାଉଳ:କେନ୍ଦ୍ରର ୨୭ ଟଙ୍କା, ରାଜ୍ୟର ୨ଟଙ୍କା

ଭୁବନେଶ୍ୱର: ପିଡିଏସ୍ ଚାଉଳକୁ ନେଇ ପୁଣି ଆରମ୍ଭ ହୋଇଛି ରାଜନୀତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାବଡ଼େକର। ସେ କହିଛନ୍ତି,“ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଡିଏସ୍ ଚାଉଳ ବାବଦକୁ ୨୭ ଟଙ୍କା ଦେଉଥିବା ବେଳେ ନବୀନ ଦେଉଛନ୍ତି ମାତ୍ର ୨ ଟଙ୍କା। ଏହା ସମ୍ପୂର୍ଣ୍ଣ ମୋଦି ଚାଉଳ। ନବୀନ ଚାଉଳ ନୁହେଁ। କେନ୍ଦ୍ରୀୟ ଯୋଜନାକୁ ପରିବର୍ତ୍ତନ କରି ନବୀନ ଲୋକଙ୍କ ପାଖକୁ ଯାଉଛନ୍ତି।”

ସେ ଆହୁରି କହିଛନ୍ତି,“ ରାଜ୍ୟ ସରକାର ଅସମର୍ଥ ବୋଲି ଲୋକେ ଜାଣି ସାରିଲେଣି। ଆମେ ୧୨୦ ମିଶନକୁ ସଫଳ କରିବାକୁ କାର୍ଯ୍ୟ କରୁଛୁ।”

ଦୁଇ ଦିନିଆ ଗସ୍ତରେ ଆସିଥିବା ପ୍ରକାଶ ଜାବଡ଼େକର ପୁରୀରେ ୪ ଲୋକସଭା କ୍ଷେତ୍ରର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

author-image
Ordigital Desk