ନବୀନ ଚାଉଳ ବନାମ ମୋଦି ଚାଉଳ:କେନ୍ଦ୍ରର ୨୭ ଟଙ୍କା, ରାଜ୍ୟର ୨ଟଙ୍କା

Ordigital Desk
  • Published: Thursday, 05 October 2017
  • , Updated: 05 October 2017, 07:18 AM IST
<p>ଭୁବନେଶ୍ୱର: ପିଡିଏସ୍ ଚାଉଳକୁ ନେଇ ପୁଣି ଆରମ୍ଭ ହୋଇଛି ରାଜନୀତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାବଡ଼େକର। ସେ କହିଛନ୍ତି,&ldquo; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଡିଏସ୍ ଚାଉଳ ବାବଦକୁ ୨୭ ଟଙ୍କା ଦେଉଥିବା ବେଳେ ନବୀନ ଦେଉଛନ୍ତି ମାତ୍ର ୨ ଟଙ୍କା। ଏହା ସମ୍ପୂର୍ଣ୍ଣ ମୋଦି ଚାଉଳ। ନବୀନ ଚାଉଳ ନୁହେଁ। କେନ୍ଦ୍ରୀୟ ଯୋଜନାକୁ ପରିବର୍ତ୍ତନ କରି ନବୀନ ଲୋକଙ୍କ ପାଖକୁ ଯାଉଛନ୍ତି।&rdquo;</p> <p>ସେ ଆହୁରି କହିଛନ୍ତି,&ldquo; ରାଜ୍ୟ ସରକାର ଅସମର୍ଥ ବୋଲି ଲୋକେ ଜାଣି ସାରିଲେଣି। ଆମେ ୧୨୦ ମିଶନକୁ ସଫଳ କରିବାକୁ କାର୍ଯ୍ୟ କରୁଛୁ।&rdquo;</p> <p>ଦୁଇ ଦିନିଆ ଗସ୍ତରେ ଆସିଥିବା ପ୍ରକାଶ ଜାବଡ଼େକର ପୁରୀରେ ୪ ଲୋକସଭା କ୍ଷେତ୍ରର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।</p>

Related story