ଜେସି ଗିରଫ, ରାଜାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ଥିଲେ

ବାଲେଶ୍ୱର/ସୋର: ଟେଲି କଳାକାର ରାଜା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ସୋର ପୋଲିସ୍ ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶିନୀ ସାମଲ ଓରଫ ଜେସିଙ୍କୁ ଗିରଫ କରିଛି। ରାଜାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ଅଭିଯୋଗରେ ପୋଲିସ୍ ତାଙ୍କୁ ଗିରଫ କରିଛି। ଗିରଫ କରିବା ପରେ ତାଙ୍କୁ ସୋର କୋର୍ଟକୁ ଚାଲାଣ କରାଯାଇଥିଲା। କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। କୋର୍ଟରେ ତାଙ୍କ ଜାମିନ୍ ଆବେଦନ ଖାରଜ କରାଯାଇଛି। ବାଲେଶ୍ୱର ଏସ୍‌ପି ନୀତି […]

jesi

Rakesh Mallick
  • Published: Tuesday, 16 February 2016
  • , Updated: 17 February 2016, 05:23 AM IST

[caption id="attachment_68957" align="alignleft" width="300"] ସୋରରେ ଗିରଫ ପରେ ଜେସିଙ୍କୁ କୋର୍ଟକୁ ନିଆଯାଉଛି[/caption]

ବାଲେଶ୍ୱର/ସୋର: ଟେଲି କଳାକାର ରାଜା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ସୋର ପୋଲିସ୍ ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶିନୀ ସାମଲ ଓରଫ ଜେସିଙ୍କୁ ଗିରଫ କରିଛି। ରାଜାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ଅଭିଯୋଗରେ ପୋଲିସ୍ ତାଙ୍କୁ ଗିରଫ କରିଛି। ଗିରଫ କରିବା ପରେ ତାଙ୍କୁ ସୋର କୋର୍ଟକୁ ଚାଲାଣ କରାଯାଇଥିଲା। କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। କୋର୍ଟରେ ତାଙ୍କ ଜାମିନ୍ ଆବେଦନ ଖାରଜ କରାଯାଇଛି।

ବାଲେଶ୍ୱର ଏସ୍‌ପି ନୀତି ଶେଖର କହିଛନ୍ତି ଯେ ରାଜା ଆତ୍ମହତ୍ୟା କରିଥିବା ତଦନ୍ତ ବେଳେ ଜଣାପଡ଼ିଛି। ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଜେସି ପ୍ରବର୍ତ୍ତାଇ ଥିବା ନେଇ ମଧ୍ୟ ପ୍ରମାଣ ମିଳିଛି। ସେଇ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆଇପିସି ଦଫା ୩୦୬ ଆଧାରରେ ମାମଲା ରୁଜୁ କରାଯାଇଛି। ତେବେ ଅନ୍ୟ ଦୁଇ ସନ୍ଦିଗ୍ଧ ଇଭେଣ୍ଟ କୋଅର୍ଡିନେଟର ପ୍ରଳୟ ଜେନା ଓ ଡ୍ରାଇଭର ଧନେଶ୍ୱର ବେହେରାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନାହିଁ।

ପୂରା ଘଟଣା ବର୍ଣ୍ଣନା କରି ଏସ୍‌ପି କହିଛନ୍ତି ଯେ ରାଜାଙ୍କ ଅପେକ୍ଷା ଜେସି ଅଧିକ ସଫଳ କଳାକାର। ଘଟଣା ଦିନ ଉଭୟ ଜେସି ଓ ରାଜା ଖଇରା ଅଞ୍ଚଳରେ ଏକ ମ୍ୟୁଜିକାଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜେସି ସେଠାକୁ ପରଫର୍ମ କରିବାକୁ ଯାଇଥିଲେ। କିନ୍ତୁ ରାଜା ତାଙ୍କ ସହିତ ଯାଇଥିଲେ। ଆୟୋଜକଙ୍କ ପକ୍ଷରୁ ଜେସିଙ୍କ ସହିତ ଆଉ ଜଣେ କଳାକାର ଚନ୍ଦନ(ତୁଷାରଙ୍କ ଏକ ଧାରାବାହିକ ଚରିତ୍ରର ନାଁ)ଙ୍କୁ ଡକା ଯାଇଥିଲା। କିନ୍ତୁ ସେ ଆସି ନ ଥିଲେ। ଜେସି ଷ୍ଟେଜରେ ପରଫର୍ମ କରିଥିଲେ। ଆୟୋଜକଙ୍କ ଅନୁରୋଧ କ୍ରମେ ରାଜା ମଧ୍ୟ ଷ୍ଟେଜ୍‌ ଉପରକୁ ଉଠି ଜେସିଙ୍କ ସହିତ ନୃତ୍ୟ କରିଥିଲେ। ଜେସିଙ୍କୁ ଯାତ୍ରା ପାର୍ଟି ପକ୍ଷରୁ ୨୭ ହଜାର ଟଙ୍କା ଦିଆଯାଇଥିଲା। କିନ୍ତୁ ରାଜାଙ୍କୁ ୨ ହଜାର ଟଙ୍କା ଦେଇଥିଲେ। ତେବେ ଉଭୟ ଷ୍ଟେଜ୍‌ରୁ ଓହ୍ଲାଇବା ପରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ବିଶେଷ କରି ଜେସି ଅଭଦ୍ର ଭାଷାରେ ରାଜାକୁ ଅନେକ କଥା କହିଥିଲେ। ରାଜାଙ୍କ ଉଦ୍ଦେଶ୍ୟରେ ସେ ଅଦକ୍ଷ ତଥା ଏହିଭଳି କିଛି ଗୁଡ଼ାଏ ଶବ୍ଦ ପ୍ରୟୋଗ କରିଥିଲେ। ସେମାନଙ୍କ ମଧ୍ୟରେ ଝଗଡ଼ା ଗାଡ଼ିରେ ବି ଜାରି ରହିଥିଲା। ଘଟଣା ଘଟିଥିବା ବ୍ରିଜ୍‌ ନିକଟରେ ଗାଡ଼ି ପହଞ୍ଚିବା ପରେ ରାଜା ଗାଡ଼ିରୁ ଓହ୍ଲାଇ ଥିଲେ। ସେ ବ୍ରିଜ୍‌ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଓ ତଳେ ପଡ଼ି ଯାଇଥିଲେ।

ସୂଚନାଯୋଗ୍ୟ, ରାଜାଙ୍କ ମୃତ୍ୟୁ ପରେ ଅନ୍ତର୍ଦ୍ଧାନ ହୋଇଯାଇଥିବା ଜେସି ଫେବ୍ରୁଆରୀ ୧୨ ତାରିଖରେ ସୋର ପୋଲିସ୍ ନିକଟରେ ହାଜର ହେବା ପରେ କହିଥିଲେ ଯେ ରାଜା ଓ ତାଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିଲା। ତେବେ ଉକ୍ତ ଝଗଡ଼ାରୁ ସେ ଆତ୍ମହତ୍ୟା କରିଥିବା ବୋଲି ସେ ଭାବୁ ନାହାନ୍ତି। ରାଜା ପରିସ୍ରା ଯିବାକୁ କହି ବ୍ରିଜ୍‌ରେ ଓହ୍ଲାଇ ଥିଲେ ବୋଲି ସେ କହିଥିଲେ। ଏପରିକି ରାଜାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ବୋଲି ସେ କହିଥିଲେ। ତେବେ ରାଜାଙ୍କ ସହିତ ଝଗଡ଼ାର ବିଷୟ ବସ୍ତୁ ସଂପର୍କରେ ସେ କିଛି କହି ନ ଥିଲେ।

ଅନ୍ୟପକ୍ଷରେ ବାଲେଶ୍ୱର ସଦର ଏସ୍‌ଡିପିଓ ପି.ସି ବଡ଼ଜେନା କହିଥିଲେ ଯେ ଜେସି, ପ୍ରଳୟ ଜେନା ଓ ଧନେଶ୍ୱର ବେହେରାଙ୍କ ବୟାନରେ ୭୦ ରୁ ୮୦ ପ୍ରତିଶତ ତାଳମେଳ ରହୁଛି। କିନ୍ତୁ ଜେସି ଓ ରାଜାଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ନେଇ ତାଳମେଳ ରହୁନାହିଁ।

ଆଜି ସକାଳେ ଜେସି, ପ୍ରଳୟ ଓ ଧନେଶ୍ୱରଙ୍କର ପଲିଗ୍ରାଫ୍ ଟେଷ୍ଟ୍ କରିବା ପାଇଁ ସେମାନଙ୍କୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଫରେନ୍‌ସିକ୍‌ ଲାବୋରଟୋରିକୁ ଅଣାଯାଇଥିଲା। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏହି ତିନି ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ୍ ହୋଇପାରି ନ ଥିବା ଜଣାପଡ଼ିଛି। ପ୍ରାୟ ୫ ଘଣ୍ଟା ପରେ ଜେସି, ପ୍ରଳୟ ଓ ଧନେଶ୍ୱର ଲାବ୍‌ରୁ ବାହାରିଥିଲେ। ଲାବ୍‌ରୁ ବାହାରିବା ପରେ ଜେସି କହିଛନ୍ତି ଟେଷ୍ଟ ହେଲାନି, କେଉଁ କାରଣରୁ ହୋପାରିଲା ନାହିଁ ତାହା ସେ ଜାଣିନାହାନ୍ତି।

ଜେସିଙ୍କ ଗିରଫଦାରୀ ପରେ ରାଜାଙ୍କ ଦାଦା ଅମୀୟ ପଟ୍ଟନାୟକ କହିଛନ୍ତି ଯେ ଆରମ୍ଭରୁ ସେ ଓ ତାଙ୍କ ପରିବାର ଲୋକେ ଜେସି, ପ୍ରଳୟ ଓ ଧନେଶ୍ୱର ଉପରେ ସନ୍ଦେହ କରୁଥିଲେ। ସେମାନଙ୍କର କଥାରେ ତାଳମେଳ ରହୁ ନ ଥିଲେ। ରାଜାର ମୃତ ଶରୀରକୁ ମେଡିକାଲ୍‌ରେ ଛାଡ଼ି ଚାଲି ଯାଇଥିଲେ। ଜେସି ତାଙ୍କ ଘରକୁ ଆସନ୍ତି। କିନ୍ତୁ ଜେସିଙ୍କ ସହିତ ସେ କେବେ କଥାବାର୍ତ୍ତା କରି ନାହାନ୍ତି।

ଅଭିନେତା ତୁଷାର କହିଛନ୍ତି ଯେ ଦୋଷୀଙ୍କୁ ଦଣ୍ଡ ମିଳିବା ଉଚିତ୍। ରାଜା ଓ ଜେସିଙ୍କ ମଧ୍ୟ ଭଲ ସଂପର୍କ ଥିଲା। ତେବେ ସେମାନଙ୍କ ମଧ୍ୟ କ’ଣ ଘଟିଲା ତାହା ତାଙ୍କୁ ଜଣାନାହିଁ।

Related story