Advertisment

ଜିଲ୍ଲାପାଳଙ୍କ ଦକ୍ଷତା ମାପିବାକୁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର: ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳଙ୍କ ଦକ୍ଷତା ମାପିବାକୁ ଏକ ଉଚ୍ଚସ୍ତରୀୟ କମିଟି କରିଛନ୍ତି। ଏହି କମିଟିରେ  ୩ ମନ୍ତ୍ରୀ ଓ ୩ ଜଣ ପ୍ରଶାସକ ରହିବେ। ବରିଷ୍ଠ ମନ୍ତ୍ରୀ  ଦାମୋଦର ରାଉତ, ଉଷା ଦେବୀ ଓ ଦେବୀ ପ୍ରସାଦ ମିଶ୍ର ଏହି କମିଟିରେ ସାମିଲ ହୋଇଥିବା ବେଳେ ତିନି  ପ୍ରଶାସକ ଆର୍‌.ବାଲକ୍ରିଷ୍ଣନ୍, ସୁରେଶ ମହାପାତ୍ର ଓ ଆରତୀ ଆହୁଜା ରହିଛନ୍ତି। ଏହି କମିଟି ଶ୍ରେଷ୍ଠ ତିନି ଜଣ ଜିଲ୍ଲାପାଳଙ୍କୁ ବାଛିବେ। […]

ଅଦ୍ୟତନ ହୋଇଛି
ଜିଲ୍ଲାପାଳଙ୍କ ଦକ୍ଷତା ମାପିବାକୁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି

jilapala

Advertisment

ଭୁବନେଶ୍ୱର: ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳଙ୍କ ଦକ୍ଷତା ମାପିବାକୁ ଏକ ଉଚ୍ଚସ୍ତରୀୟ କମିଟି କରିଛନ୍ତି। ଏହି କମିଟିରେ  ୩ ମନ୍ତ୍ରୀ ଓ ୩ ଜଣ ପ୍ରଶାସକ ରହିବେ। ବରିଷ୍ଠ ମନ୍ତ୍ରୀ  ଦାମୋଦର ରାଉତ, ଉଷା ଦେବୀ ଓ ଦେବୀ ପ୍ରସାଦ ମିଶ୍ର ଏହି କମିଟିରେ ସାମିଲ ହୋଇଥିବା ବେଳେ ତିନି  ପ୍ରଶାସକ ଆର୍‌.ବାଲକ୍ରିଷ୍ଣନ୍, ସୁରେଶ ମହାପାତ୍ର ଓ ଆରତୀ ଆହୁଜା ରହିଛନ୍ତି। ଏହି କମିଟି ଶ୍ରେଷ୍ଠ ତିନି ଜଣ ଜିଲ୍ଲାପାଳଙ୍କୁ ବାଛିବେ। ସମ୍ମିଳନୀ ଶେଷରେ ଏହି ତିନି ଜଣ ଜିଲ୍ଲାପାଳଙ୍କୁ ସମ୍ମାନିତ କରାଯିବ।

Advertisment

ଜିଲ୍ଲା ସ୍ତରର ବିକାଶ ପ୍ରକ୍ରିୟାରେ ଜିଲ୍ଲାପାଳଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି,“ ନିଜ ଜିଲ୍ଲାର ଅଭାବ ଅସବୁଧାକୁ ଜିଲ୍ଲାପାଳମାନେ ନିର୍ଭୟରେ ପ୍ରକାଶ କରନ୍ତୁ। ଜିଲ୍ଲାରେ କ’ଣ ସବୁ ଭଲ କାମ କରୁଛନ୍ତି ସେ ସମ୍ପର୍କରେ ସୂଚନା ଦିଅନ୍ତୁ। ଭଲ ପଦକ୍ଷେପ ଗୁଡ଼ିକ ଅନ୍ୟ ଜିଲ୍ଲାରେ ଲାଗୁ କରିବାକୁ ବ୍ୟବସ୍ଥା କରାଯିବ। ହିତାଧିକାରୀମାନେ କେମିତି ଅସୁବିଧାରେ ନ ପଡ଼ିବେ ଏ ନେଇ ଦୃଷ୍ଟି ଦିଅ।”

ଉଦ୍‌ଘାଟନୀ ଉତ୍ସବରେ ସବୁ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ପଞ୍ଚାୟତରାଜ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, କୃଷି ଓ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ନେଇ  ସମୀକ୍ଷା ହେବ।

Advertisment

ଆସନ୍ତାକାଲି ଏହି ସମ୍ମିଳନୀରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା ହେବ। ଏଥିରେ ଜିଲ୍ଲାପାଳମାନଙ୍କ ସହ ସବୁ ଜିଲ୍ଲାର ଏସ୍‌ପି ଉପସ୍ଥିତ ରହିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe