Advertisment

ଜୁନ ୬ରୁ ପର୍ଯ୍ୟାୟ କ୍ରମେ ଓଡ଼ିଶା ଆସିବେ ୭ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲେଶ୍ୱର କାର୍ଯ୍ୟକ୍ରମ ପରେ ରାଜ୍ୟ ବିଜେପି ନୂଆ ରଣନୀତି ନେଇ ଆଗକୁ ବଢିବା ଆରମ୍ଭ କରିଛି। ବିଜେଡିକୁ ମୁକାବିଲା କରିବାକୁ ମୋଦିଙ୍କ ସଫଳ ଯୋଜନାକୁ ଅସ୍ତ୍ର କରିବା ସହ ବିକାଶ ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯିବାକୁ ଦଳ ଯୋଜନା କରିଛି। ମୋଦିଙ୍କ ପରେ ପରେ ୭ ଜଣ କେନ୍ଦ୍ରୀୟ ମନ୍ତ୍ରୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଜୁନ ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରାଉରକେଲା ଆସିବେ। ତାଙ୍କ […]

ଜୁନ ୬ରୁ ପର୍ଯ୍ୟାୟ କ୍ରମେ ଓଡ଼ିଶା ଆସିବେ ୭ କେନ୍ଦ୍ରମନ୍ତ୍ରୀ

modi

Advertisment

modiଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲେଶ୍ୱର କାର୍ଯ୍ୟକ୍ରମ ପରେ ରାଜ୍ୟ ବିଜେପି ନୂଆ ରଣନୀତି ନେଇ ଆଗକୁ ବଢିବା ଆରମ୍ଭ କରିଛି। ବିଜେଡିକୁ ମୁକାବିଲା କରିବାକୁ ମୋଦିଙ୍କ ସଫଳ ଯୋଜନାକୁ ଅସ୍ତ୍ର କରିବା ସହ ବିକାଶ ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯିବାକୁ ଦଳ ଯୋଜନା କରିଛି। ମୋଦିଙ୍କ ପରେ ପରେ ୭ ଜଣ କେନ୍ଦ୍ରୀୟ ମନ୍ତ୍ରୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

Advertisment

ଜୁନ ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରାଉରକେଲା ଆସିବେ। ତାଙ୍କ ପରେ ନିତୀନ ଗଡ଼କରୀଙ୍କର ଭୁବନେଶ୍ୱରରେ କାର୍ଯ୍ୟକ୍ରମ ରହିଛି। ଏହାପରେ ନଜମା ହେପତୁଲ୍ଲା ସମ୍ବଲପୁର, ମନୋହର ପାରିକର କଟକ, ଅଶୋକ ଗଜପତି ରାଜୁ ବ୍ରହ୍ମପୁର ଓ ସନ୍ତୋଷ ଗଙ୍ଗୱାର ବରଗଡ଼ ଆସିବେ। ପ୍ରକାଶ ଜାଭଡେକର ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ତୋମାରଙ୍କ ବ୍ୟତୀତ ଅନ୍ୟ ମନ୍ତ୍ରୀମାନଙ୍କ ଓଡ଼ିଶା ଗସ୍ତ ପାଇଁ ଦିନ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ।

ବାଲେଶ୍ୱର ବିକାଶ ଉତ୍ସବରେ ରାଜ୍ୟ ସରକାରଙ୍କୁ ମୋଦି ସମାଲୋଚନା କରିବା ପରେ ରାଜ୍ୟ ବିଜେପିରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଓଡ଼ିଶାକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରୀୟ ମନ୍ତ୍ରୀ ଓଡ଼ିଶାକୁ ଏକାଧିକ ଥର ଗସ୍ତରେ ଆସୁଛନ୍ତି। ଏହାଦ୍ୱାରା ବିଜେପି ଓଡ଼ିଶା ପ୍ରତି ତା’ର ପ୍ରତିବଦ୍ଧତା ଜାହିର କରିବାକୁ ଚେଷ୍ଟା କରୁଛି।

Advertisment

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “ପ୍ରଧାନମନ୍ତ୍ରୀ ବିକାଶର ହସାବ ଦେଲେ ଓ କହିଲେ ବାକି ସରକାର ହିସାବ ଦେବା ଦରକାର। ପ୍ରଧାନମନ୍ତ୍ରୀ ରାଜନୈତିକ ଚ୍ୟାଲେଞ୍ଜ ଦେଇଛନ୍ତି। ମିଶନ ଓଡ଼ିଶା ଅଛି, କେବେ ଏହା ସଫଳ ହେବ ଅଲଗା କଥା। ପଞ୍ଚାୟତ ଓ ଜିଲ୍ଲା ସ୍ତରରେ ଆମ ସଂଗଠନକୁ ପ୍ରଭାବୀ କରିବାକୁ ଚେଷ୍ଟା କରୁଛୁ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ଚ୍ୟାଲେଞ୍ଜକୁ ଆମେ ଗ୍ରହଣ କରୁଛୁ। ଠିକଣା ସମୟରେ ଜବାବ ଦିଆଯିବ। କେନ୍ଦ୍ର ସରକାର ବର୍ଷକରେ ଥରେ ହିସାବ ଦେଉଛନ୍ତି। ମାତ୍ର ରାଜ୍ୟ ସରକାର ପ୍ରତିଦିନ ହିସାବ ଦେଉଛନ୍ତି।”

ଗୋଟିଏ ପଟେ କେନ୍ଦ୍ରୀୟ ବିଜେପି ନେତୃବୃନ୍ଦ ଓଡ଼ିଶାକୁ ନଜରରେ ରଖିଥିବା ବେଳେ ରାଜ୍ୟ ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧକୁ ନେଇ ଚର୍ଚ୍ଚା  ଲାଗି ରହିଛି।

ମୋଦି ମନ୍ତ୍ର ଓ କେନ୍ଦ୍ରୀୟ ଯୋଜନାକୁ ଅସ୍ତ୍ର କରି ବିଜେଡିକୁ କାଉଣ୍ଟର କରିବାକୁ ଦଳ ସଜବାଜ ହେଉଛି। ହେଲେ ଦଳରେ ଥିବା ଅନ୍ତର୍ଦ୍ୱନ୍ଦ ଏଥିରେ ବାଧକ ସାଜିପାରେ। ମୋଦିଙ୍କ ବିକାଶ ଉତ୍ସବରେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲୀପ ରାୟ ଏବଂ କେ.ଭି. ସିଂହଦେଓ ବିଳମ୍ବରେ ଆସିବା, ମୋଦି ଆସିବା ପରେ ମଞ୍ଚକୁ ଯିବା ଓ ଅଭିଭାଷଣ ନ ଦେବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ବିଜୟ ମହାପାତ୍ର, ଦିଲୀପ ରାୟ ଏବଂ କେଭି ସିଂହଦେଓ ଆମ ଦଳର ବରିଷ୍ଠ ନେତା। ସେମାନେ ଅନ୍ୟ କାମରେ ବ୍ୟସ୍ତ ଥିଲେ। ପ୍ରଧାନମନ୍ତ୍ରୀ ଆସିବା ସମୟରେ ସେମାନେ ଆସିବାରୁ କିଛି କହିପାରି ନ ଥିଲେ। ଅନ୍ୟଥା ସମସ୍ତଙ୍କୁ କହିବାକୁ ସୁଯୋଗ ଦିଆଯାଇଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe