Advertisment

ନ୍ୟାୟପାଳିକା ଇତିହାସରେ ବିରଳ: ଜଷ୍ଟିସ କରନନ୍‌ଙ୍କ ପତ୍ତା ମିଳୁନି, ଆଜି ପୁରୁଛି କାର୍ଯ୍ୟକାଳ

ନୂଆଦିଲ୍ଲୀ: କଲିକତା  ହାଇକୋର୍ଟର ବିବାଦୀୟ ବିଚାରପତି ଜଷ୍ଟିସ ସିଏସ କରନନ୍‌ଙ୍କ କାର୍ଯ୍ୟକାଳ ଆଜି ପୁରୂଛି। ସେ ଆଜି (ସୋମବାର)ଅବସର ନେବାକୁ ଥିବା ବେଳେ ଅଦ୍ୟାବଧି ସେ ଫେରାର ଅଛନ୍ତି। ନ୍ୟାୟପଳିକା ଇତିହାସରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି।  ଅଦାଲତି ଅବମାନନା  ମାମଲାରେ ସୁପ୍ରିମକୋର୍ଟର ୭ ଜଣିଆ ଖଣ୍ଡପୀଠ ସମ୍ପୃକ୍ତ ବିଚାରପତିଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଆସିବା ପରେ ଗିରଫଦାରୀକୁ ଏଡ଼େଇବା ପାଇଁ  ଗତ ମେ’ ୯ ତାରିଖରୁ ଜଷ୍ଟିସ କରନନ୍ […]

ଅଦ୍ୟତନ ହୋଇଛି
ନ୍ୟାୟପାଳିକା ଇତିହାସରେ ବିରଳ: ଜଷ୍ଟିସ କରନନ୍‌ଙ୍କ ପତ୍ତା ମିଳୁନି, ଆଜି ପୁରୁଛି କାର୍ଯ୍ୟକାଳ

karan-1

Advertisment

ନୂଆଦିଲ୍ଲୀ: କଲିକତା  ହାଇକୋର୍ଟର ବିବାଦୀୟ ବିଚାରପତି ଜଷ୍ଟିସ ସିଏସ କରନନ୍‌ଙ୍କ କାର୍ଯ୍ୟକାଳ ଆଜି ପୁରୂଛି। ସେ ଆଜି (ସୋମବାର)ଅବସର ନେବାକୁ ଥିବା ବେଳେ ଅଦ୍ୟାବଧି ସେ ଫେରାର ଅଛନ୍ତି। ନ୍ୟାୟପଳିକା ଇତିହାସରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି।  ଅଦାଲତି ଅବମାନନା  ମାମଲାରେ ସୁପ୍ରିମକୋର୍ଟର ୭ ଜଣିଆ ଖଣ୍ଡପୀଠ ସମ୍ପୃକ୍ତ ବିଚାରପତିଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏହି ନିର୍ଦ୍ଦେଶ ଆସିବା ପରେ ଗିରଫଦାରୀକୁ ଏଡ଼େଇବା ପାଇଁ  ଗତ ମେ’ ୯ ତାରିଖରୁ ଜଷ୍ଟିସ କରନନ୍ ଅଛନ୍ତି।  ଅଦାଲତ ଅବମାନନା ଅଭିଯୋଗରେ ଜଷ୍ଟିସ କରନ ଦୋଶୀ ସାବ୍ୟସ୍ତ ହୋଇଥିଲେ।  ଏପରିକି ସୁପ୍ରିମକୋର୍ଟ ତାଙ୍କୁ ୬ ମାସ ଜେଲ ଦଣ୍ଡ ଶୁଣାଇଥିଲେ। ଗତ ଜାନୁୟାରୀ ମାସରେ ଜଷ୍ଟିସ କରନନ୍ ବିବାଦକୁ ଆସିଥିଲେ । ସେହି ସମୟରେ ଜଷ୍ଟିସ କରନ ସୁପ୍ରିକୋର୍ଟର ୨୦ ଜଣ ସିଟିଂ ଜଜ୍‌ ଏବଂ ମାଡ୍ରାସ ହାଇକୋର୍ଟର କିଛି ଅବସରପ୍ରାପ୍ତ ହାଇକୋର୍ଟ ଜଜଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏପରିକି ସେ ସିଧାସଳଖ ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଚିଠିରେ ସମ୍ପୃକ୍ତ ବିଚାରପତିଙ୍କ ବିରୋଧରେ ତଦନ୍ତ ପାଇଁ ଦାବି କରିଥିଲେ। ଏହା ପରେ ସେ ମାନହାନି ମାମଲାରେ ଛନ୍ଦି ହେବା ସହ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ  ହାଜର ହୋଇ ନ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe