Advertisment

ଖାଦ୍ୟ ସୁରକ୍ଷା ଆଇନ ଓ ମନରେଗା ଦୁର୍ନୀତି ନେଇ ୧୫ରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନ ଓ ମନରେଗା ଦୁର୍ନୀତି ନେଇ ଆସନ୍ତା ୧୫ ତାରିଖରେ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆନ୍ଦୋଳନ କରିବ। ଆଜି କଂଗ୍ରେସ ରାଜ୍ୟ ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ ଦୁଇଟି ପର୍ଯ୍ୟାୟରେ ହୋଇଯାଇଛି। ୩୩ଟି ସାଙ୍ଗଠନିକ ଜିଲ୍ଲାର ସଭାପତି ଓ ରାଜ୍ୟ ପଦାଧୀକାରୀଙ୍କ ସହ ସରକାରଙ୍କ ବିରୋଧରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଖାଦ୍ୟ ସୁରକ୍ଷା ଆଇନ ଓ ମନରେଗା ଦୁର୍ନୀତି ନେଇ ୧୫ରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

cog

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନ ଓ ମନରେଗା ଦୁର୍ନୀତି ନେଇ ଆସନ୍ତା ୧୫ ତାରିଖରେ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆନ୍ଦୋଳନ କରିବ। ଆଜି କଂଗ୍ରେସ ରାଜ୍ୟ ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ ଦୁଇଟି ପର୍ଯ୍ୟାୟରେ ହୋଇଯାଇଛି।

Advertisment

୩୩ଟି ସାଙ୍ଗଠନିକ ଜିଲ୍ଲାର ସଭାପତି ଓ ରାଜ୍ୟ ପଦାଧୀକାରୀଙ୍କ ସହ ସରକାରଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରାଯାଇଛି। ଦୁଇ ମାସ ପାଇଁ ଆରମ୍ଭ ହେଇଥିବା ସଭ୍ୟ ସଂଗ୍ରହ ଅଭିଯାନକୁ ବୁଥ୍ ସ୍ତରକୁ ନେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ କିପରି ପୁଣି ରାସନକାର୍ଡ ପାଇପାରିବେ ଏ ନେଇ ଗାଁରେ ଦଳ କାମ କରିବାକୁ ମଧ୍ୟ ବୈଠକରେ  ନିଷ୍ପତ୍ତି  ନିଆଯାଇଛି। ପ୍ରଥମେ ହିତାଧିକାରୀଙ୍କୁ ନେଇ ରାସନ କାର୍ଡ ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପାଖରେ ଅଭିଯୋଗ କରାଯିବ। ଗୋଟିଏ ମାସ ମଧ୍ୟରେ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ। ସେହିପରି ମନରେଗା ଯୋଜନାରେ କାମ ପାଉ ନ ଥିବା ଶ୍ରମିକମାନଙ୍କ ପାଇଁ ସରକାର କିପରି କାମ ଯୋଗାଇ ଦେବେ ସେ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ଯେଉଁ ଶ୍ରମିକମାନେ କାମ ପାଉ ନ ଥିବେ ସେମାନଙ୍କୁ ଭତ୍ତା ଦେବାକୁ ଦଳୀୟ କର୍ମୀମାନେ ଦାବି କରିବେ। ଭତ୍ତା ନ ମିଳିଲେ ଆନ୍ଦୋଳନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “୮୦ ଲକ୍ଷ ଲୋକ ରାସନ କାର୍ଡ ପାଇ ନାହାନ୍ତି, ଯେଉଁମାନେ ଏହା ପାଇବାକୁ ଯୋଗ୍ୟ। ରାଜନୈତିକ ବାଛ ବିଚାର କରାଯାଇ ଏହି ହିତାଧିକାରୀଙ୍କୁ କାଟି ଦିଆଯାଇଛି। ଯେଉଁମାନେ କାମ ନ ପାଇ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି, ସେମାନଙ୍କ ପାଇଁ ଆମେ ଲଢ଼େଇ କରିବୁ। ଆବଶ୍ୟକ ପଡ଼ିଲେ ଗାଁରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ।”

Advertisment

ପିସିସି ଉପସଭାପତି ରଞ୍ଜୀବ ବିଶ୍ୱାଳ କହିଛନ୍ତି, “ମନରେଗାରେ ଲୋକେ କାମ ପାଉ ନ ଥିବା ବିଷୟରେ ଆଲୋଚନା କରାଯାଇଥିଲା। ଏହାସହ ସାଂଗଠନିକ ସ୍ଥିତି କିପରି ଦୃଢ ହେବ, ସେ ନେଇ ଆଲୋଚନା ହୋଇଛି।”

କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ବେହେରା କହିଛନ୍ତି, “ଆସନ୍ତା ୧୫ ତାରିଖରୁ ପ୍ରତ୍ୟେକ ଜିଲ୍ଲାର ସଭାପତିମାନେ ବ୍ଲକ ଓ ପଞ୍ଚାୟତ ସଭାପତିମାନଙ୍କ ସହ ବୈଠକ କରିବେ। ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ କିପରି ପୁଣି ରାସନକାର୍ଡ ପାଇପାରିବେ ସେଥିପାଇଁ କଂଗ୍ରେସ ଦଳ  ରାଜ ରାସ୍ତାକୁ ଓହ୍ଲାଇବ। ପ୍ରଥମେ ଏହି ପ୍ରସଙ୍ଗରେ  ସରକାରୀ ଅଫିସରେ  ଅଭିଯୋଗ କରାଯିବ। ଯଦି  ଅଭିଯୋଗ ନ ଶୁଣାଯାଏ ଆନ୍ଦୋଳନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”