କନ୍ଧମାଳ ଦଙ୍ଗାରେ ମୃତକଙ୍କ ପରିବାରକୁ ଆଉ ୩ ଲକ୍ଷ କ୍ଷତିପୂରଣ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କନ୍ଧମାଳ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଏହି ଦଙ୍ଗାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାଶି ରାଜ୍ୟ ସରକାର ଦେବେ ବୋଲି କୋର୍ଟ କହିଛନ୍ତି। ପୂର୍ବରୁ କନ୍ଧମାଳ ଦଙ୍ଗାର ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏଥିରୁ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର […]

supreme-court

supreme-court

Rakesh Mallick
  • Published: Thursday, 04 August 2016
  • Updated: 04 August 2016, 05:51 PM IST

Sports

Latest News

supreme-courtନୂଆଦିଲ୍ଲୀ: କନ୍ଧମାଳ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଏହି ଦଙ୍ଗାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାଶି ରାଜ୍ୟ ସରକାର ଦେବେ ବୋଲି କୋର୍ଟ କହିଛନ୍ତି। ପୂର୍ବରୁ କନ୍ଧମାଳ ଦଙ୍ଗାର ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏଥିରୁ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଦେଇଥିଲେ।

କନ୍ଧମାଳ ଦଙ୍ଗାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ କୌଣସି ସହାୟତା ରାଶି ପ୍ରଦାନ କରାଯାଇ ନ ଥିଲା। ତେବେ ଆଜି ଚୂଡ଼ାନ୍ତ ରାୟରେ ଆତହମାନଙ୍କୁ ମଧ୍ୟ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କୁ ୩୦,୦୦୦ ଟଙ୍କା ଓ ଆଂଶିକ ଆହତ ଲୋକଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ଦଙ୍ଗା ଯୋଗୁଁ ବାସଗୃହ ହରାଇଥିବା ଲୋକଙ୍କୁ ମଧ୍ୟ ଅତିରିକ୍ତ ସହାୟତା ଯୋଗାଇ ଦେବା ପାଇଁ ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ କହିଛନ୍ତି। ଯେଉଁ ଲୋକମାନଙ୍କର ବାସଗୃହ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ସେମାନଙ୍କୁ ଅତିରିକ୍ତ ୭୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିମଧ୍ୟରୁ ରାଜ୍ୟ ସରକାର ୫୦,୦୦୦ ଓ କେନ୍ଦ୍ର ସରକାର ୨୦,୦୦୦ଟଙ୍କା ଦେବେ। ଯେଉଁମାନଙ୍କର ବାସଗୃହ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ଅତିରିକ୍ତ ୨୦,୦୦୦ ଟଙ୍କା ଦେବା ପାଇଁ କୋର୍ଟ ତାଙ୍କ ରାୟରେ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଏହି ରାଶି ପ୍ରଦାନ କରିବେ।

କନ୍ଧମାଳ ଦଙ୍ଗାର ସିବିଆଇ ତଦନ୍ତ ପାଇଁ ଯେଉଁ ଦାବି ହୋଇଥିଲା ତାହାକୁ କୋର୍ଟ ଖାରଜ କରି ଦେଇଛନ୍ତି। ସେହିପରି ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ କ୍ଷତିପୂରଣ ଦେବା ନେଇ କୋର୍ଟ କିଛି କହି ନାହାନ୍ତି।

କନ୍ଧମାଳ ଦଙ୍ଗା ମାମଲାରେ କନ୍ଧ ସଂପ୍ରଦାୟଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ମେରୁ ସାଗର ସାମନ୍ତରାୟ କହିଛନ୍ତି,“୨୦୦୮ରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ କନ୍ଧମାଳରେ ହୋଇଥିବା ଦଙ୍ଗାକୁ ନେଇ ସୁପ୍ରିମ୍‌କୋର୍ଟରେ ଏକାଧିକ ପିଟିସନ୍ ଦାୟର ହୋଇଥିଲା। ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ଆବେଦନଗୁଡ଼ିକ କରାଯାଇଥିଲା। ସେଥିମଧ୍ୟରେ ପ୍ରମୁଖ ଥିଲା ଦଙ୍ଗା ପରେ ରିଲିଫ୍‌ କ୍ୟାମ୍ପରେ ଅବ୍ୟବସ୍ଥା, ପୋଲିସ୍‌ର ଅତ୍ୟାଚାର, ଉପଯୁକ୍ତ କ୍ଷତିପୂରଣ, ଭାଙ୍ଗି ଯାଥିବା ବାସଗୃହ ପାଇଁ କ୍ଷତିପୂରଣ, ଘଟଣାର ସିବିଆଇ ତଦନ୍ତ ଓ କମିଶନ ତଦନ୍ତ। ଏସବୁ ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କ ସହାୟତା ରାଶିକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।”

ସେ କହିଛନ୍ତି,“ଦଙ୍ଗାରେ ସଂପୂର୍ଣ୍ଣ ଭାବେ ବାସଗୃହ ହରାଇଥିବା ଲୋକଙ୍କୁ କ୍ଷତିପୂରଣ ବାବଦକୁ ପୂର୍ବରୁ ୭୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏଥିରୁ ରାଜ୍ୟ ସରକାର ୫୦,୦୦୦ ଓ କେନ୍ଦ୍ର ସରକାର ୨୦ ହଜାର ଟଙ୍କା ଦେଇଥିଲେ। ତେବେ ସେମାନଙ୍କୁ ଆହୁରି ୭୦,୦୦୦ ଟଙ୍କା ଦେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସେଥିରୁ ରାଜ୍ୟ ସରକାର ୫୦,୦୦୦ ଓ କେନ୍ଦ୍ର ସରକାର ୨୦,୦୦୦ ଟଙ୍କା ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story